oom

ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହାମହୋତ୍ସବ ପାଳିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମ ବାର୍ଷିକ ମହାମହୋତ୍ସବ ପାଳନ ସହିତ ଡେଲାଙ୍ଗ ବ୍ଲକସ୍ତରୀୟ ବାର୍ଷିକ ସତସଙ୍ଗ କାର୍ଯ୍ୟକ୍ରମ ରବିବାର ଡେଲାଙ୍ଗ ଜଳସେଚନ କାର୍ଯ୍ୟାଳୟ, ସମ୍ମାନା ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ସତସଙ୍ଗ ବିହାରର ରିତିକ ବିରଞ୍ଚି ନାରାୟଣ ସମନ୍ତସିଂହାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଉତ୍ସବ ସମାରୋହରେ ସମ୍ମାନିତ ଅତିଥି ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମାହାରଥୀ, ଜିଲ୍ଲା ପରିଷଦ ସଭ୍ୟ ତଥା ପୂର୍ବତନ ବ୍ଲକ ଅଧକ୍ଷ ପ୍ରସନ୍ନ କୁମାର ସାହୁ, ପ୍ରାକ୍ତନ ବ୍ଲକ ଅଧକ୍ଷ ବୈରାଗୀ ଜେନା ଅନ୍ୟମାନଙ୍କ ମଧ୍ୟରେ ସୁଜନପୁର ପଂଚାୟତ ସରପଞ୍ଚ ପ୍ରିୟଙ୍କା ବଳବନ୍ତରାୟ, ଗୁଆଳିପଡା ପଂଚାୟତ ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ, ସମାଜସେବୀ ସୁଦୀପ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଦାଶିବ ସ୍ୱାଇଁ, ଅଇଁଠି ପ୍ରଧାନ, ଯୁଧିଷ୍ଠିର ବେହେରା, ବିଜୟ କୁମାର ସାମନ୍ତରାୟ, ନିର୍ମଳ ପ୍ରଧାନ, ଅଶୋକ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ । ପୂର୍ବାହ୍ନରେ ନୀତିକାନ୍ତି ଅନୁସାରେ ମାଙ୍ଗଳିକ କାର୍ଯ୍ୟକ୍ରମ ବେଦ ମାଙ୍ଗାଳିକ, ନହବତ, ଉଷା କୀର୍ତ୍ତନ, ଉଷା ବିନିତ ପ୍ରାର୍ଥନା, ଗ୍ରନ୍ଥପାଠ, ପ୍ରଣାମ ସହିତ ଠାକୁର ଅନୁକୂଳଚନ୍ଦ୍ରଙ୍କ ଦିବ୍ୟ ଭାବାଦର୍ଶରେ ଅନୁପ୍ରାଣିତ ହଜାରରୁ ଅଧିକ ମହିଳା ପୁରୁଷ ଶ୍ରଦ୍ଧାଳୁ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରତିକୃତି ରଥରେ ନଗର କିର୍ତ୍ତନ ସହ ଡେଲାଙ୍ଗ ବଜାର ପରିକ୍ରମା କରାଯାଇଥିଲା । ତାପରେ ସଂଗୀତାଞ୍ଜଳି, ସତସଙ୍ଗ ସଦଲୋଚନା, ଦୀକ୍ଷା ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରସାଦ ସେବନ ପରେ ଅପରାହ୍ନରେ ମାତୃ ସମ୍ମିଳନୀ ଓ ସନ୍ଧ୍ୟାରେ ବିନିତ ପ୍ରାର୍ଥନା, ଗ୍ରନ୍ଥପାଠ ଓ ପ୍ରଣାମ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ଏଥିରେ ଡେଲାଙ୍ଗ, ପିପିଲି, କଣାସ, ସତ୍ୟବାଦୀ, ଚନ୍ଦନପୁର, ଓ ଜଟଣୀ ଅଂଚଳରୁ ଶତାଧିକ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.