pakka

ଅନୁଗୋଳ କାଙ୍ଗୁଲା ବେନ୍ତପୁରଠାରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

bbehera
  • ଗରିବ ଲୋକମାନେ ଆତ୍ମନିର୍ଭର ହେଲେ ହିଁ ବିକଶିତ ଭାରତ ସମ୍ଭବ : ଧର୍ମେନ୍ଦ୍ର ପ୍ରଧାନ
  • ମୋଦି ସରକାରରେ ହୋଇଥିବା କଲ୍ୟାଣକାରୀ ଯୋଜନାର ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ
  • ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ସବୁ ବର୍ଗର ଉନ୍ନତି
  • ବିକଶିତ ଭାରତ ସଂକଳ୍ପ ଯାତ୍ରା, ନରେନ୍ଦ୍ର ମୋଦିଙ୍କୁ ଦେଶର ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଗରିବ ଲୋକଙ୍କ ଅଶ୍ୱମେଧ
    ଯଜ୍ଞର ଯାତ୍ରା ଅଟେ
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୁଗୋଳକୁ ୬୬ ହଜାରରୁଅଧିକ ଘର ଆସିଛି
  • ତାଳଚେର ସାରଖାନାର ପୁନରୁଦ୍ଧାର ସହ ନୂଆ ତାଳଚେର ମେଡିକାଲ ନିର୍ମାଣ ମୋଦି ଗ୍ୟାରେଣ୍ଟିରେ ତିଆରି ହୋଇଛି
  • ବିକଶିତ ଭାରତର ପଞ୍ଚ ପ୍ରଣର ଶପଥ ନେଲେ କେନ୍ଦ୍ରମନ୍ତ୍ରୀ
  • ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ଭେଟିଲେ

ଅନୁଗୋଳ, (ପିଆଇବି) : ଗରିବଙ୍କୁ ଆତ୍ମନିର୍ଭର କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତିବଦ୍ଧ । କାରଣ ଗରିବ ଲୋକମାନେ ଆତ୍ମନିର୍ଭର ହେଲେ ହିଁ ବିକଶିତ ଭାରତ କଳ୍ପନା ସମ୍ଭବ ବୋଲି ରବିବାର ଅନୁଗୋଳ ଜିଲ୍ଲା କାଙ୍ଗୁଲା ବେନ୍ତପୁରଠାରେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ମୋଦି ସରକାରରେ ମିଳୁଥିବା ସୁବିଧା ଲୋକମାନଙ୍କ ବିଶ୍ୱାସ ବଢାଇଛି । ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ସବୁ ବର୍ଗର ଉନ୍ନତି ବୋଲି ଲୋକମାନେ କହୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ଗରିବଙ୍କୁ ପକ୍କା ଘର ମିଳୁଛି । ଅନୁଗୋଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ମାଧ୍ୟମରେ ୬୦, ୭୩୪ ପରିବାରକୁ ଘର ନିର୍ମାଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆବାସ ସହରାଞ୍ଚଳ ଯୋଜନାରେ ପ୍ରାୟ ୬୦୦୦ଟି ଘର ମଞ୍ଜୁର ହୋଇଛି । ଏହାବ୍ୟତିତ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଖାଦ୍ୟାନ୍ନ, ସ୍ୱଚ୍ଛ ଭାରତରେ ଶୌଚାଳୟ, ଜଳ ଜୀବନ ମିଶନରେ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ, ଉଜ୍ଜ୍ୱଳାରେ ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଉଛି । ସୌଭାଗ୍ୟ ଯୋଜନାରେ ବିଜୁଳି, ମୁଦ୍ରା ଯୋଜନାରେ ଋଣ ସହ ମନରେଗାରେ ସମସ୍ତଙ୍କୁ ନିଯୁକ୍ତି ଦିଆଯାଉଛି । ଏନ୍‌ଆର୍‌ଏଲ୍‌ଏମ୍‌ରେ ଏସ୍‌ଏଚ୍‌ଜିଙ୍କୁ କମ୍ ସୁଧରେ ଋଣ ଦେଇ ସଶକ୍ତ କରାଯାଉଛି । ଅନୁଗୋଳ ରାଜ୍ୟ ରାଜକୋଷକୁ ୬୦ ହଜାର କୋଟି ଟଙ୍କା ଦେଉଛି । ସଡକଠାରୁ ରେଳ ପଥ ପର୍ଯ୍ୟନ୍ତ ଭିତ୍ତିଭୂମି ମଜଭୂତ୍ ହୋଇଛି । ତାଳଚେର ସାରଖାନାର ପୁନରୁଦ୍ଧାର ସହ ତାଳଚେର ମେଡିକାଲ ମୋଦି ଗ୍ୟାରେଣ୍ଟିରେ ତିଆରି ହୋଇଛି । ଏହି ସବୁ ଜନକଲ୍ୟାଣକାରୀ ବାର୍ତ୍ତାକୁ ସବୁଠି ପହଞ୍ଚାଇବା ଦିଗରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଏକ ମାଧ୍ୟମ ହୋଇଛି । ଗାଁ ଗାଁରେ ଏବେ ଭ୍ରମଣ କରୁଥିବା ମୋଦିଙ୍କ ଗ୍ୟାରେଣ୍ଟି ଗାଡ଼ିକୁ ନେଇ ଅଭୂତପୂର୍ବ ଉତ୍ସାହ ଦେଖାଯାଇଛି । କାଙ୍ଗୁଲା ବେନ୍ତପୁରଠାରେ ଆୟୋଜିତ ସମାବେଶ ବିକଶିତ ଭାରତ ସଂକଳ୍ପ ଯାତ୍ରା ନୁହେଁ ବରଂ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଭାରତର ଗରିବ ମାନଙ୍କର ଅଶ୍ୱମେଧ ଯଜ୍ଞର ଯାତ୍ରା ଅଟେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ନାଗରିକଙ୍କୁ ବିକଶିତ ଭାରତର ପଞ୍ଚ ପ୍ରଣର ଶପଥ ପାଠ କରାଇବା ସହ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ଭେଟିଥିଲେ ।

Leave A Reply

Your email address will not be published.

twelve − seven =