ବାଲାଙ୍ଗିର ସହର ଖର୍ସେଲ୍‌ପଡା ରାସ୍ତାରେ ଭଡ଼ାଘରେ ଚାଲିଥିଲା ସେକ୍ସ ରାକେଟ୍‌ ମାଡିବସିଲା ପୋଲିସ୍‌

ବାଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଆକ୍ସନ ମୋଡ଼କୁ ଆସିଛି ବାଲାଙ୍ଗିର ଟାଉନ ଥାନା ପୋଲିସ । ସହର ଭିତରେ ଚାଲିଥିବା ସେକ୍ସ ରାକେଟ୍‌ କାବୁ କରି ଚର୍ଚ୍ଚାକୁ ଆସିଛି । ସହରର ୨୧ ନମ୍ବର ୱାର୍ଡ଼ ଶାନ୍ତିପଡ଼ା ଛକରୁ ଖର୍ସେଲ୍‌ପଡାକୁ ଯିବା ରାସ୍ତାରେ ଏକ ଭଡ଼ାଘରେ ଦୀର୍ଘ ମାସ ଧରି ଏହି ସେକ୍ସ ରାକେଟ୍‌ କାରବାର ଚାଲୁଥିବା ସୂଚନା ପାଇଥିଲା ପୋଲିସ । ସୂଚନାକୁ ଆଧାର କରି ତେବେ ଗତ ରାତିରେ ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଟାଉନ ଥାନା ଆଇଆଇସି ବିଶ୍ୱଜିତ୍‌ ମନବୋଧ ଓ ଅନ୍ୟ ଅଧିକାରୀଙ୍କ ସହିତ ଲକ୍ଷ୍ମୀଜୋର ଥାନା ପୋଲିସ୍‌ ମିଳିତ ଭାବରେ ଚଢ଼ାଉ କରିଥିଲା । ଘର ଭିତରେ ସଂପୃକ୍ତ ଯୁବକ ଯୁବତୀମାନେ ଅସଂଯତ ଅବସ୍ଥାରେ ଥିବା ବେଳେ ମାଡ଼ିବସିଥିଲା ପୋଲିସ୍‌ । ଏହି ମାମଲାରେ ୪ ଜଣ ଯୁବତୀ ଉଦ୍ଧାର ହୋଇଥିବା ବେଳେ ୪ ଜଣ ଯୁବକଙ୍କୁ ଅଟକ କରିଛି ପୋଲିସ୍‌ ବଲାଙ୍ଗିର ସହରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟ କରୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଏହି ସେକ୍ସ ରାକେଟ୍‌ରୁ ତାହା ସ୍ପଷ୍ଟ ହୋଇଥିବା ଲୋକେ ଆଲୋଚନା କରୁଛନ୍ତି ।

Leave A Reply

Your email address will not be published.

3 + thirteen =