ମୁଖିଗୁଡ଼ା ଅଞ୍ଚଳରେ ବେଆଇନ ବିଦେଶୀ ମଦ କାରବାର : ପୁଲିସ-ଅବକାରୀ ବିଭାଗ ନୀରବ ଦ୍ରଷ୍ଟା

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା ଜୟପଟଣାର ମୁଖିଗୁଡ଼ା ଅଞ୍ଚଳରେ ବେଆଇନ ବିଦେଶୀ ମଦ କାରବାର ଖୋଲାମଖୁଲା ଚାଲୁ ଥିଲେ ମଧ୍ୟ ପୋଲିସ ଓ ଅବକାରୀ ବିଭାଗ ନୀରବ ଦ୍ରଷ୍ଟା ସାଜିଥିବା ନେଇ ବୁଦ୍ଧଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମୁଖିଗୁଡ଼ାରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ରହି ଥିବା ବେଳେ ଅଞ୍ଚଳର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏଠାରେ ଏକ ସରକାରୀ ସୀକୃତିପ୍ରାପ୍ତ ଖୋଲା ବିଦେଶୀ ମଦ ଦୋକାନ ଖୋଲାଯାଇଛି । କିନ୍ତୁ ଅବକାରୀ ବିଭାଗ ଓ ପୋଲିସର ଅପାରଗତା ପାଇଁ ମୁଖିଗୁଡ଼ା ଅଞ୍ଚଳରେ ନକଲି ବିଦେଶୀ ମଦ ଓ ନକଲି ବିଅର୍ ବେଧଡକ ବିକ୍ରି ହେଇଥିବା ଦେଖିବାକୁ ମିଳୁଛି । ସାପ୍ତାହିକ ବଜାର, ହନୁମାନ ମନ୍ଦିର ପାଖ ଓ ଡାକ୍ତର ଖାନା ପାଖରେ ଦିନ ଦ୍ୱିପ୍ରହରରେ ମଦ ବ୍ରିକ୍ରି ହେଉଥିଲେ ମଧ୍ୟ ଅବକାରୀ ଓ ପୋଲିସ ମୋଟା ଅଙ୍କର ଅର୍ଥ ନେଇ ପରୋକ୍ଷରେ ସାମିଲ ଥିବା ନେଇ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି । ଯାହା ଫଳରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ହେବା ସହିତ ନକଲି ବିଦେଶୀ ମଦ ପିଇ ବିଭିନ୍ନ ପ୍ରକାରର ରୋଗରେ ପୀଡ଼ିତ ହେଉଛନ୍ତି । ଏଣୁ ମୁଖିଗୁଡ଼ା ଅଞ୍ଚଳରେ ବିକ୍ରି ହେଉଥିବା ବେଆଇନ ବିଦେଶୀ ମଦକୁ ତୁରନ୍ତ ବନ୍ଦ କରି ଏହି କାରବାରରେ ସାମିଲ ଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଆଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.

five × 3 =

error: Content is protected !!