pakka

ଦେଶୀ ମଦ ଜବତ : ୧ ଗିରଫ

bbehera

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଉପକଣ୍ଠବର୍ତ୍ତୀ ମହାନଦୀ ବ୍ରିଜ ଉପରୁ ଉଲୁଣ୍ଡା ପଟରୁ ଜଣେ ବ୍ୟକ୍ତି ବାଇକ ଯୋଗେ ମଦ ନେଇ ଆସୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବିନିକା ଅବକାରୀ ବିଭାଗ ଚଢ଼ଉ କରି ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ବାଇକ ଓ ମଦ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା । ଜବତ ମଦ ୨୦ ଲିଟର ହୋଇଥିବା ବେଳେ ତାହା ଦେଶୀ ରନ୍ଧା ମଦ ବୋଲି ଅବକାରୀ ବିଭାଗ ଜାଣିବାକୁ ପାଇଥିଲା । ପରେ ଏନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ଏକ ମାମଲା ରୁଜୁ କରିବା ସହ ତାଙ୍କୁ ବିନିକା ସ୍ଥିତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରିଥିଲା । ତେବେ ମଦ ଜବତ ସଂପୃକ୍ତିରେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ବରଗଡ଼ ଜିଲ୍ଲା ଭେଡେନ ଅଞ୍ଚଳକୁ ଏସବୁ ମଦ ନେଇ ଯାଉଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି ମଧ୍ୟ ସେହି ଅଞ୍ଚଳର ବୋଲି ଜଣାପଡିଛି । ବିନିକା କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଯିବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

five × 2 =