ଲଗାଣ ବର୍ଷା, ଗଜପତି ଜିଲ୍ଲାର ଅବସ୍ଥା ଅସମ୍ଭାଲ

ଗଜପତି : ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ । ଗଜପତି ଜିଲ୍ଲା ଗୁମ୍ମା ବ୍ଲକର କୁଯାସିଙ୍ଘ ପଞ୍ଚାୟତରେ ନୂଆସାହି, ଅଢେଇ, ଗିରା ଅଞ୍ଚଳରେ ବହୁ ଘରର କାନ୍ଥ ଭୁଶୁଡ଼ି ଯାଇଥିବା ଜଣାପଡିଛି । ତେବେ ଏହା ଦ୍ଵାରା କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ଜିଲ୍ଲାରେ ଆଗକୁ ବର୍ଷା ଲାଗି ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ପ୍ରଶାସନ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନଙ୍କର ଘର ଭାଙ୍ଗିଛି ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ସେପଟେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି ।

Leave A Reply

Your email address will not be published.

16 − 5 =