pakka

ଗାନ୍ଧୀନଗରପଡା ମା’ ଦୁର୍ଗାଙ୍କ ଆଳତୀରେ ଯୋଗ ଦେଲେ ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗରପଡା ଠାରେ ମହାସମାରେହାରେ ମା’ ଦୁର୍ଗାଙ୍କ ନବରାତ୍ର ପୂଜା ପାଳିତ ହୋଇଯାଇଥିବା ବେଳେ ଆଜିର ଆଳତୀରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରି ମା’ଙ୍କୁ ଆଳତୀ ଦେଇଥିଲେ । ପରେ ଉପସ୍ଥିତ ପୂଜା କମିଟିର ସଦସ୍ୟମାନେ ଓ ପଡାବାସୀମାନେ ନିଜ ନିଜ ସମସ୍ୟା ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କୁ କହିଥିବା ବେଳେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ଅତିଶୀଘ୍ର ସମସ୍ୟାଗୁଡିକର ସମାଧାନ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.

four × four =