pr

ବରଗାଁ ରାସ୍ତାରେ ଲୁଟେରାଗ୍ୟାଙ୍ଗର ଉତ୍ପାତ : ପୁଇଁତଳାଥାନାରେ ଲୁଟେରାଗ୍ୟାଙ୍ଗ ନାଁରେ ହତ୍ୟା ଅଭିଯୋଗ

dr. purohit

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୁଇଁତଳାଥାନା ଅଞ୍ଚଳରେ ଏକ ଲୁଟେରାଗ୍ୟାଙ୍ଗର ଉତ୍ପାତ ଦେଖିବାକୁ ମଳିଥିବା ବେଳେ ପୁଇଁତଳାଥାନରେ ଲୁଟେରାଗ୍ୟାଙ୍ଗର ବିରୋଧରେ ହତ୍ୟା ଅଭିଯୋଗ ମଧ୍ୟ ହୋଇଥିବା ନେଇ ଥାନା ପକ୍ଷରୁ ଜଣାପଡ଼ିଛି । ସାତମାଇଲ ଛକରୁ ବରଗାଁ ଦେଇ ସୋନପୁର ଜିଲ୍ଲାର ମେଣ୍ଡାଅଞ୍ଚଳକୁ ଯାଇଥିବା ରାସ୍ତାରେ ଗତ ରାତିରେ ତରଭା ଥାନାର ଦେଉଳପଦର ଗାଁର ପରିକ୍ଷିତ ପୁରୋହିତ ମୋଟରସାଇକେଲରେ ଯାଉଥିବା ସମୟରେ ତାଙ୍କୁ ଅଟକାଇ ଲୁଟ କରିବା ସହ ଅର୍ତକିତ ଭାବରେ ଖଣ୍ଡାରେ ହାଣି ଲହୁ ଲୁହାଣ କରି ପକେଇଥିଲେ । ପରିବାର ଲୋକେ ଖବର ପାଇଲା ପରେ ପରିକ୍ଷିତଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣି ଭର୍ତ୍ତି କରିଛନ୍ତି । ପୁଇଁତଳା ଥାନାରେ ଏନେଇ ପରିକ୍ଷିତର ବାପା କୃଷ୍ଣଚନ୍ଦ୍ର ପୁରୋହିତ ଅଭିଯୋଗ କରିବା ସହ ଲୁଟ କରିଥିବା ଗ୍ୟାଙ୍ଗ ଲିଡର ଭୁର୍ସିପାଲିର ରଂଜନ ସ୍ୱାଇଁ ହୋଇଥିବା ବେଳେ ତା ସାଙ୍ଗରେ ୮ରୁ ୧୦ଜଣ ଅସାମାଜିକ ଯୁବକ ରହିଥିବା ନେଇ ପୋଲିସକୁ କହିଛନ୍ତି ।

nrusinghnath
Leave A Reply

Your email address will not be published.