om academy

ଗହଣା ବେପାରୀଙ୍କଠୁ ଲୁଟ୍ ଉଦ୍ୟମ : ଲୁଟେରାକୁ ଧରି ପୋଲିସ ଜିମାରେ ଦେଲେ ସ୍ଥାନୀୟ ବାସିନ୍ଦା

jsm

ମୟୁରଭଞ୍ଜ : ଦିନକୁ ଦିନ ଲୁଟ୍‌ କାରବାର ବଢିବାରେ ଲାଗିଛି । ତେବେ ମୟୁରଭଞ୍ଜ ଜିଲ୍ଲା ଧୋବାଡ଼ିହା ଅଞ୍ଚଳରେ ଦେଖିବାକୁ ମିଳିଛି ଗହଣା ବେପାରୀଙ୍କଠୁ ଲୁଟ୍ ଉଦ୍ୟମ । ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଦୋକାନରୁ ଘରକୁ ଫେରିବା ସମୟରେ ଗହଣା ବେପାରୀଙ୍କୁ ଆକ୍ରମଣ କରି୨.୭୫ କେଜି ରୂପା ସହ ୩୦ ଗ୍ରାମ ସୁନା ଲୁଟି ନେବାକୁ ଉଦ୍ୟମ କରୁଥିଲା ଲୁଟେରା । ତେବେ ଠିକ୍‌ ସମୟରେ ବେପାରୀ ଜଣକ ପାଟି କରିବାରୁ ସ୍ଥାନୀୟ ଲୋକେମାନେ ଦଉଡି ଆସି ଲୁଟେରାକୁ କାବୁ କରି ପୋଲିସର ଜିମାରେ ଦେଇଥିଲେ । ଅଭିଯୁକ୍ତ ଜଣକ ଯାଜପୁର ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.