ଜାନୁଆରୀ ମାସ ପାଇଁ ପଞ୍ଚାୟତ ଲୋକସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ

ବଲାଙ୍ଗିର, (କେପିଏନଏସ୍‌) : ଜାନୁଆରୀ ମାସ ପାଇଁ ପଞ୍ଚାୟତ ଲୋକ ସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଜାନୁଆରୀ ୯ ତାରିଖରେ ପାଟଣାଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟସମଲେଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ, ୧୬ ତାରିଖରେ ପୁଇଁତଳା ବ୍ଲକ ଅନ୍ତର୍ଗତ ଅଙ୍କରିଆପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ, ୨୪ ତାରିଖରେ ସଇଁତଳା ବ୍ଲକ ଅନ୍ତର୍ଗତ ବେଳଗାଁ କଲ୍ୟାଣ ମଣ୍ଡପଠାରେ ଓ ୩୧ ତାରିଖ ଦିନ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ପଞ୍ଚାୟତ ଲୋକ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପଞ୍ଚାୟତ ଲୋକ ସେବା ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ଜନହିତକର ଓ ଲୋକାଭିମୁଖୀ ଯୋଜନାଗୁଡିକ ସମ୍ପର୍କରେ ପଞ୍ଚାୟତ ଅନ୍ତର୍ଗତ ଗ୍ରାମର ଗ୍ରାମବାସୀଙ୍କୁ ସଚେତନ କରିବା ପାଇଁ ବିଭାଗୀୟ ଷ୍ଟଲ ସହ ଯୋଜନା ସମ୍ପର୍କିତ ସୂଚନା ସମ୍ବଳିତ ବ୍ୟାନର ଲଗାଯିବା । ଏତଦ୍‌ ବ୍ୟତୀତ ପଞ୍ଚାୟତ ଲୋକ ସେବା ଶିବିରରେ ସ୍ୱାସ୍ଥ୍ୟ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ଶ୍ରମ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଉଦ୍ୟାନ କୃଷି ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ସାମାଜିକ ସୁରକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ମିଶନ ଶକ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ତଥା ଅନ୍ୟାନ୍ୟ ବିଭାଗର ଯୋଜନା ସମ୍ପର୍କରେ ସଚେତନତା ସହ ଯୋଗ୍ୟ ହିତାଧିକାରୀମାନଙ୍କୁ ବିଭାଗୀୟ ସହାୟତା ଓ ପରାମର୍ଶ ଦିଆଯିବ । ନିର୍ଦ୍ଧାରିତ ତାରିଖରେ ଉପରୋକ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ପଞ୍ଚାୟତ ଲୋକ ସେବା ଶିବିରରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ମାନେ ଯୋଗଦେବେ । ଶିବିରରେ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମର ଗ୍ରାମବାସୀ ମାନେ ବହୁ ସଂଖ୍ୟାରେ ଯୋଗଦାନ କରି ବିଭିନ୍ନ ଯୋଜନା ଗୁଡିକର ସୁଯୋଗ ନେବା ପାଇଁ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.

15 + twenty =