ରଶ୍ମି ସାହୁଙ୍କ କବିତା ପୁସ୍ତକ ‘ଫେରିବାକୁ ହେବ’ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : କବି ରଶ୍ମି ସାହୁଙ୍କ ରଚିତ କବିତା ପୁସ୍ତକ ‘ଫେରିବାକୁ ହେବ’ ସ୍ଥାନୀୟ ପ୍ରଗତି ଉତ୍କଳ ସଂଘ ଠାରେ ଲୋକାର୍ପିତ ହୋଇଯାଇଛି । ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ୱ ଓ ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡା. କୃପାସିନ୍ଧୁ ନାୟକ, କବି ରାଜୀବ ପାଣି, ତ୍ରିନାଥ ସିଂହ, ଅଶୋକ କୁମାର ପଟ୍ଟନାୟକ, ସଂଘର ସାଧାରଣ ସମ୍ପାଦକ ରାଧାମୋହନ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ରଶ୍ମିଙ୍କ ପୁସ୍ତକ ଓ ତାଙ୍କର କାବ୍ୟିକ ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଶ୍ରୀମତୀ ସାହୁଙ୍କ କବିତା ପ୍ରତି ପ୍ରତିବଦ୍ଧତା ଓ କବିତା ଗୁଡ଼ିକର ସୌନ୍ଦର୍ଯ୍ୟବୋଧ, ସର୍ଜନା କରିବାର ଇଚ୍ଛା ତଥା କବି ଓ କବିତାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପୁସ୍ତକର ଲେଖିକା ଶ୍ରୀମତୀ ସାହୁ ପୁସ୍ତକର ପ୍ରସ୍ତୁତି ଓ ପ୍ରଚ୍ଛଦପଟର ପ୍ରେରଣା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପରେଶ ବିଶ୍ୱାଳ, କୁଞ୍ଜବିହାରୀ ରାଉତ, ମୀନକେତନ ପଶାୟତ, କାଶୀନାଥ ନନ୍ଦୀ, ବିଜୟିନୀ ଜେନା, ପ୍ରଣତୀ ବେହେରା, ମଞ୍ଜୁଳା ରଥ, ପ୍ରତାପ କୁମାର ପଣ୍ଡା, ତାପସ ଜେନା, କାଶୀନାଥ ପାତ୍ର, ସୌଭାଗ୍ୟ ମହାନ୍ତି, ପୁଷ୍ପାରାଣୀ ପଟେଲ ପ୍ରମୁଖ ତାଙ୍କର ‘ଫେରିବାକୁ ହେବ’ ପୁସ୍ତକରେ ଥିବା କବିତା ପାଠ କରିଥିଲେ । ଶେଷରେ ଡା. ସୌରଭ ଶୁଭମ୍ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀନିବାସ ସାହୁ, ପୁଷ୍ପାରିଣୀ ପଟେଲ, ଜୁନେଦ ଖାନ୍, ଅଜିତା ଜେନା ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, କବି ପ୍ରମୁଖ ଯୋଗଦେଇ ଥିଲେ ।

Leave A Reply

Your email address will not be published.