csstore

ଛତ୍ରପୁର ସହର ପ୍ରବେଶପଥ ସ୍ୱାଗତ ତୋରଣ ଓ ବିବିଧ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଲୋକାର୍ପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ନୂତନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପମାନ ଶନିବାର ଲୋକାର୍ପିତ ହୋଇଯାଇଛିଛି । ଛତ୍ରପୁର ଷ୍ଟାଡିୟମ ପରିସରରେ ମୁକ୍ତ-ବ୍ୟାୟାମଶାଳା, ରେଳଷ୍ଟେସନ ନିକଟସ୍ଥ ଶୌଚାଳୟର ରୂପାନ୍ତରିକରଣ ଏବଂ ପୁତିଗୋପାଳପୁର ନିକଟସ୍ଥ ଛତ୍ରପୁର ସହରକୁ ରାଜ ପଥସହ ସଂଯୋଗ କରୁଥିବା ମୁଖ୍ୟସଡ଼କ ପଥରେ ସ୍ୱାଗତ ତୋରଣ ଆଦିର ଲୋକର୍ପଣ ହୋଇଛି । ଛତ୍ରପୁରବାସୀଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ବଢ଼ିଯାଇଛି । ମ୍ୟୁନିସିପାଲିଟିର ରୂପରେଖ ଦିଆଯାଇଛି ହେଲେ ଆଗକୁ ମ୍ୟୁନିସିପାଲିଟି ଘୋଷଣା ହେବାକୁ ରାଜ୍ୟ ସରକାରଙ୍କଠାରେ ପ୍ରସ୍ତାବ ରହିଛି ବୋଲି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା କହିଛନ୍ତି । ପ୍ରବେଶନାରୀ ଆଇ.ଏ.ଏସ୍.ଅଫିସର ସମୀର କୁମାର ଜେନା, ଗଞ୍ଜାମ ଜିଲ୍ଲା ଆର୍ବନ ନିର୍ବାହୀ ଅଧିକାରୀ ନୀଳ ମାଧବ ଭୋଇ, ଛତ୍ରପୁର ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, କାଉନ୍‌ସିଲ୍ ଉପାଧ୍ୟକ୍ଷ ଜି.ପାପାରାଓ, ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବି.ରାଜିବାବୁ, ସନମୁଖ ପଟ୍ଟନାୟକ, ଅଟଳବିହାରୀ ପଟ୍ଟନାୟକ, ଦେବାଶିଷ ମିଶ୍ର, ପ୍ରଦୋଷ କୁମାର ବେହେରା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ ।

jayashree
Leave A Reply

Your email address will not be published.