csstore

‘ନାଗରିକ ଦେବୋ ଭବ’ ଭାବନାରେ ଅନୁପ୍ରାଣିତ ‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

  • କର୍ତ୍ତବ୍ୟ, କରୁଣା ଏବଂ ପ୍ରଥମେ ଭାରତ ପ୍ରତିବଦ୍ଧତାର ପ୍ରତୀକ ହୋଇ ରହିବ ‘ସେବା ତୀର୍ଥ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେବା ତୀର୍ଥକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଏଥିସହିତ ଦେଶବାସୀଙ୍କ ସେବା କରିବା ପାଇଁ ନିଜର ଅତୁଟ ସଂକଳ୍ପକୁ ଦୋହରାଇଛନ୍ତି । ଏହି ଅବସରରେ ସେ ‘ନାଗରିକ ଦେବୋ ଭବ’ର ପବିତ୍ର ଭାବନାକୁ ଏହାର ମାର୍ଗଦର୍ଶକ ଶକ୍ତି ଭାବରେ ଆଲୋକପାତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ସେବା ତୀର୍ଥର ଲୋକାର୍ପଣ ଜନସେବା ଏବଂ ନାଗରିକଙ୍କ କଲ୍ୟାଣ ପ୍ରତି ଏକ ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ସେବା ତୀର୍ଥ’ କର୍ତ୍ତବ୍ୟ, କରୁଣା ଏବଂ ପ୍ରଥମେ ଭାରତ ନୀତି ଲାଗି ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ଏବଂ ଶକ୍ତିଶାଳୀ ପ୍ରତୀକ ଭାବରେ ଠିଆ ହୋଇଛି । ଏହା ଆଗାମୀ ପିଢ଼ିକୁ ସମସ୍ତଙ୍କ କଲ୍ୟାଣ ପାଇଁ ନିଃସ୍ୱାର୍ଥପର ସେବା ଏବଂ ଅକ୍ଳାନ୍ତ ସମର୍ପଣର ପଥରେ ଚାଲିବାକୁ ପ୍ରେରଣା ଦେବ । ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ପାଇଁ ସମର୍ପିତ ଭାବରେ ଆଗକୁ ବଢ଼ିବା ନିମନ୍ତେ ଲୋକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
‘‘ଦେଶବାସୀଙ୍କୁ ସେବା କରିବାର ଅତୁଟ ସଂକଳ୍ପ ସହିତ ଏବଂ ନାଗରିକ ଦେବୋ ଭବର ପବିତ୍ର ଭାବନା ନେଇ ଆଜି ସେବା ତୀର୍ଥକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବାର ସୌଭାଗ୍ୟ ମିଳିଲା ।
‘ସେବା ତୀର୍ଥ’ କର୍ତ୍ତବ୍ୟ, କରୁଣା ଏବଂ ଭାରତ ପ୍ରଥମ ନୀତି ଲାଗି ଆମ ପ୍ରତିବଦ୍ଧତାର ଏକ ଶକ୍ତିଶାଳୀ ଉଦାହରଣ । ଏହା ଆଗାମୀ ପିଢ଼ିକୁ ସମସ୍ତଙ୍କ କଲ୍ୟାଣ ପାଇଁ ନିଃସ୍ୱାର୍ଥପର ସେବା ଏବଂ ଅକ୍ଳାନ୍ତ ସମର୍ପଣର ପଥରେ ଚାଲିବାକୁ ପ୍ରେରଣା ଦେବ ତଥା ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ପାଇଁ ସମର୍ପିତ ଭାବରେ ଆଗକୁ ବଢ଼ିବା ନିମନ୍ତେ ଲୋକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ମୁଁ ଆଶା କରୁଛି ।’’

jayashree
Leave A Reply

Your email address will not be published.