ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ତୃତୀୟ ପର୍ଯ୍ୟାୟରେ ଜିଲ୍ଲାର ୪୩ ଗୋଟି ୫ଟି ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଛଅଗୋଟି ବ୍ଲକର ୪୩ଟି ୫ଟି ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୧ଟି ୫ଟି ହାଇସ୍କୁଲ ଲୋକାର୍ପିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ବ୍ଲକରେ ୪୧ଟି ୫ଟି ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ ହୋଇସାରିଛି । ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେସିଂ ଜରିଆରେ ସୋନପୁର ବ୍ଲକ ସାଗରପାଲି ଗଙ୍ଗାଧର ମେହେର ହାଇସ୍କୁଲ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୪୩ ଗୋଟି ୫ଟି ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ କରାଯାଇଛି । ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ୱତନ୍ତ୍ର ଲୋକାର୍ପଣ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୁଝାରୀ ଯୋଗଦାନ କରି ୫ଟି ଉପକ୍ରମରେ ରୂପାନ୍ତରିତ ହାଇସ୍କୁଲ ରାଜ୍ୟର ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ବେଳେ ଏହା ଆଗାମୀ ପିଢ଼ିଙ୍କୁ ବଳିଷ୍ଠ ମାର୍ଗଦର୍ଶନ କରିବା ସହିତ ରାଜ୍ୟରେ ନବ ସୃଜନ ସୃଷ୍ଟି କରିବ ବୋଲି ନିଜ ଉଦ୍‌ବୋଧନରେ କହିଥିଲେ । ସେ ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୂରଦର୍ଶୀ ପଦକ୍ଷେପ ନିମନ୍ତେ ଜିଲ୍ଲାବାସୀଙ୍କ ତରଫରୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଦେବା ସହ ୫ଟି ସଚିବ ଭି. କେ. ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ୍‌ ଜଣାଇଛନ୍ତି । ଅନ୍ୟତମ ଅତିଥିଭାବେ ବିଧାୟକ ବୀରମହାରାଜପୁର ପଦ୍ମନାଭ ବେହେରା ଯୋଗଦେଇ ମଂଚାସୀନ ଥିବାବେଳେ ସାଗରପାଲି ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ କୁମାରୀ ବର୍ଷା ସାହୁ ୫ଟି ହାଇସ୍କୁଲ ରୂପାନ୍ତରଣରେ ନିଜର ଅନୁଭୂତି ସହ ଭବିଷ୍ୟତ ଗଠନର ଇଚ୍ଛାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ସହ ଭାବ ବିନିମୟ କରି ଖୁସିବ୍ୟକ୍ତ କରିଥିଲେ । ଜିଲ୍ଲା ୫ଟି ନୋଡାଲ ଅଧିକାରୀ ଅଭିଳାଷ ପୁରୋହିତଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବ୍ଲକର ଅଧ୍ୟକ୍ଷ ଅଧ୍ୟକ୍ଷା, ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ, ସମସ୍ତ ବିଡ଼ିଓ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମତେ ଛାତ୍ରଛାତ୍ରୀ ଅଭିଭାବକ ବୃନ୍ଦ, ବିଭିନ୍ନ ହାଇସ୍କୁଲର ପରିଚାଳନା କମିଟି କର୍ମକର୍ତ୍ତା, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିଧା ସଳଖ ଭିଡିଓ କନଫରେନସିଂ ଜରିଆରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରି ଖୁସି ବ୍ୟକ୍ତ କରିଥିଲେ । ଗାଁମାନଙ୍କରେ ଏଭଳି ଉନ୍ନତମାନର ବିଦ୍ୟାଳୟ ପାଇଁ ଅଂଚଳବାସୀ ବେଶ୍ ଖୁସି ଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ୫ଟି ସଚିବଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.

seven + nineteen =