ଅଧୁରା ରହିଲା ଅମର ପ୍ରେମ : ଜୀବନ ହାରିଲେ ପ୍ରେମୀ ଯୁଗଳ

ଟିଟିଲାଗଡ, (କେପିଏନ୍‌ଏସ୍‌) : ପ୍ରେମ ମାନେ ନାହିଁ ବୟସ, ମାନେ ନାହିଁ ଜାତି । କାହିଁକି ନା’ ପ୍ରେମ ଅନ୍ଧ । ବେଳେ ବେଳେ ଦୁହେଁ ଦୁହିିଁଙ୍କଠାରୁ ଅଲଗା ହେବା ଭୟରେ ବାଛି ନିଅନ୍ତି ମୃତ୍ୟୁର ବାଟ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ମାଢ଼େକେଲା ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ ରାଜକୁମାର ବାଗ ଓ ମନୀଷାଙ୍କ ମଧ୍ୟରେ କିଛି ବର୍ଷ ଆଗରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ଗୋଟିଏ ଗ୍ରାମର ହୋଇଥିବା ବେଳେ ମନୀଷା ନିଜ ମାମୁଁ ଘର ନୂଆପଡା ପାଖ କଲେଜରେ ଯୁକ୍ତ ତିନି ପଢୁଥିଲେ । ଆଜି ଉଭୟ ଦେଖା ହେବା ବାହାନାରେ କଲେଜକୁ ଆସିଥିଲେ । କିନ୍ତୁ ଉଭୟ ପ୍ରେମୀ ଯୁଗଳ କୌଣସି କାରଣରୁ ସାଙ୍ଗରେ ନେଇଥିବା ବିଷ ପିଇ ଦେଇଥିଲେ । ବିଷ ପିଇ ଦେବା ପରେ ନିଜ ସାଙ୍ଗକୁ ଫୋନରେ ଜଣାଇ ଥିଲେ । ପରେ ଉଭୟଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ନେବା ବାଟରେ ପ୍ରେମିକ ରାଜକୁମାରଙ୍କ ମୃତ୍ୟୁ ହୋଇଥିବା ବେଳେ ବୁର୍ଲାରେ ପ୍ରେମିକା ମନୀଷାଙ୍କର ମୃତ୍ୟୁ ହୋଇଥିଲା । ଏପଟେ ଘଟଣାର ଖବର ପାଇ ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.

two + three =