ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ୨୨ ଲକ୍ଷ ଟଙ୍କା ଲୋକନାଥ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ଶୁଭ ଭିତ୍ତିପ୍ରସ୍ତର ଦେଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଥିବା ସର୍ବ ପୁରାତନ ଲୋକନାଥ ମନ୍ଦିରର ଉନ୍ନତିମୂଳକ ଓ ସୌନ୍ଦର୍ଯ୍ୟର କାମ ହେବ । ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ୨ଟି କିସ୍ତିରେ ୨୨ ଲକ୍ଷ ଟଙ୍କା ଲୋକନାଥ ମନ୍ଦିରର ଉନ୍ନତିକରଣ ପାଇଁ ଆସି ସାରିଥିବା ବେଳେ ୧ମ କିସ୍ତିରେ ୭ ଲକ୍ଷ ଟଙ୍କାର କାମ ଶେଷ ହୋଇଛି । ୨ୟ କିସ୍ତିରେ ୧୫ ଲକ୍ଷ ଟଙ୍କାର କାମ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତଥା ଏହାର ପ୍ରସ୍ତାବ ପ୍ରଦାନ କରିଥିବା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାହୁ । ଏହି ଅବସରରେ ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ ବଲାଙ୍ଗିର ପୌରାଂଚଳରେ ମନ୍ଦିର, ମସ୍‌ଜିଦ୍‌, ଗୀର୍ଜା ତଥା ଗୋଷ୍ଠୀ ଗୃହ ପାଇଁ ସରକାର ଯଥେଷ୍ଟ ଅନୁଦାନ ପ୍ରଦାନ କରିଥିବା କହିଛନ୍ତି । ମହାଶିବରାତ୍ରୀ ଅବସରରେ ବଲାଙ୍ଗିର ପୌରାଂଚଳର ଜନସାଧାରଣଙ୍କୁ ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ସ୍ଥାନୀୟ କାଉନସିଲର ନନ୍ଦିନୀ ପୋଢ଼, ଗଙ୍ଗା ଚାନ୍ଦ, କିଶୋର କୁମ୍ଭାରଙ୍କ ସହିତ ମନ୍ଦିର କମିଟିର ସତ୍ୟନାରାୟଣ ଭୋଇ, ମହେନ୍ଦ୍ର ଦର୍ଜୀ, ପୂଜକ, ସହରର ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

11 + 20 =