ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଳବ ସଭା ଗୃହରେ ଚଳିତ ବର୍ଷ ହେବାକୁ ଥିବା ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ପାଇଁ ଆୟୋଜକ ଟାଉନ କ୍ଳବ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ତେବେ ଅଞ୍ଚଳର କଳା ସଂସ୍କୃତି ଓ ପରମ୍ପରାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରକୁ ପହଞ୍ଚାଇବା ପାଇଁ ଗତ ୪ ବର୍ଷ ହୋଇଗଲା ଏହି ପ୍ରୟାସ କରାଯାଉଥିବା ବେଳେ ଚଳିତ ବର୍ଷ ଚତୁର୍ଥ ଥର ପାଇଁ ଆୟୋଜନ ହେବାକୁ ଯାଉଛି ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା । ତେବେ ଏନେଇ ତା ୮/୧୨/୨୦୨୪ ରିଖ ଦିନ ସକାଳୁ ଗଣ ଦୌଡ଼ ସହ ମହୀତ୍ସବ ପର୍ବର ଆରମ୍ଭ ହେବ ଯେଉଁଥିରେ ଅଞ୍ଚଳର ବିଭିନ୍ନ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେବେ । ଏହା ସହ ତା. ୦୯/୧୨/୨୦୨୪ ରିଖରୁ ବାଣିଜ୍ୟ ମେଳା ସ୍ଥାନୀୟ ଅଶୋକ ପଡିଆଠାରେ ଆରମ୍ଭ ହେବାକୁ ଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ବାଣିଜ୍ୟ ମେଳାରେ ରାଜ୍ୟ ସହ ରାଜ୍ୟ ବାହାରୁ ମଧ୍ୟ ବୋହୁ ବ୍ୟବସାୟୀ ଯୋଗ ଦେଉଥିବା ବେଳେ ବିଭିନ୍ନ ବିଭାଗ ମଧ୍ୟ ଜନ ସଚେତନତା ପାଇଁ ଷ୍ଟଲ ଲାଗିବା ପାଇଁ ବ୍ୟବସ୍ଥା ହୋଇଥିବା ସୂଚନା ରହିଛି । ସେହିପରି ଆସନ୍ତା ତା. ୧୫/୧୨/୨୦୨୪ ଦିନ କମିଟି ତରଫରୁ ଅଞ୍ଚଳର ମହିଳାମାନଙ୍କ ପାଇଁ ଝୁଂଟି ଏବଂ ମୁରୁଜ ପ୍ରତିଯୋଗିତା ଆୟୋଜନ ସହ ତା.୧୭/୧୨/୨୦୨୪ ସନ୍ଧ୍ୟାରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ହେବାକୁ ଅଛି ଯାହାର ବିଶେଷ ଆକର୍ଷଣ ପଶ୍ଚିମବଙ୍ଗରୁ ଆସୁଥିବା ମହିଳା ଢାକି ଦଳ ରହିବେ ବୋଲି ଉଦ୍ୟୋକ୍ତମାନେ କହିଛନ୍ତି । ଆସନ୍ତା ତା. ୧୮/୧୨/୨୦୨୪ ରିଖରୁ ତା. ୨୨/୧୨/୨୦୨୪ ରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ଦୁଲକିବାର ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ହୋଇସାରିଛି । ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରୀ, ଓଡିଶୀ, ଢେମ୍ସ, ବିହୁ, ପୁରୋଳିଆ ଛଉ ଭଳିଆ ବିଭିନ୍ନ ସାଂସ୍କୃତିକ ଦଳ ଆସିବାର ସ୍ଥିର ହୋଇଥିବା କମିଟି ସଦସ୍ୟମାନେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ପ୍ରତି ବର୍ଷ ଆସୁଥିବା ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଦର୍ଶକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ଲୋକେ ଆସି କାର୍ଯ୍ୟକ୍ରମକୁ ଉପଭୋଗ କରନ୍ତୁ ବୋଲି ଆୟୋଜକମାନେ ସମସ୍ତଙ୍କୁ ନିମନ୍ତ୍ରିତ କରିଛନ୍ତି । ତେବେ ଏହି ସମ୍ମିଳନୀରେ ଟାଉନ କ୍ଲବ ସଭାପତି ପ୍ରୀତେଶ ବହିଦାର, ଆବାହକ ଅଶୋକ ମିଶ୍ର, ସମ୍ପାଦକ କୁନାଲ ପାଣିଗ୍ରାହୀ, ନାଟ୍ୟକାର ଅଶୋକ ବହିଦାର, ଆଇନଜୀବୀ ହରି ସିଂ, ଆଇନଜୀବୀ ଆଦିତ୍ୟ ରଥ, ସରୋଜ ମିଶ୍ର, ରାଜେଶ ଗୁର୍ଲ୍ଲା, ନାରାୟଣ ପୁରୋହିତ, ରମେଶ ଗୁର୍ଲ୍ଲା ମଞ୍ଚାସୀନ ଥିଲେ ଓ ନରେଶ ସୁନ୍ଦର ସାହୁ, ଅଖିଳ ପଟନାୟକ, ଦିନେଶ ବାରିକ, ସୁରେଶ ସାହୁ, ସୋମେଶ ମହାନ୍ତି, ଅମିତ ଗର୍ଗ, ସୁରଜ ସୁନା, ଅନିଲ ଗୁର୍ଲ୍ଲା, ରବୀନ ମେହେର ।