pr

ସଇଁତଲାରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ

dr. purohit

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସିଭିଲ କୋର୍ଟ ପରିସରରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଇଁତଲା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମିସ୍‌ ଭାଗ୍ୟଶ୍ରୀ ପତିଙ୍କ ତତ୍ତ୍ୱବଧାନରେ ୨ ଗୋଟି ସିଏମ୍‌ସି ମାମଲାର ପ୍ରତ୍ୟାହୃତ ହୋଇଥିଲା । ଏହା ସହିତ ୪୩୭ ଗୋଟି ରାଜସ୍ୱ ମାମଲା ଓ ମଟରଯାନ ସମ୍ବଧୀୟ ବିଭିନ୍ନ ମାମଲା ଗୁଡିକର ଜାରିନାମା ଆଦାୟ କରାଯାଇଥିଲା । ଏହି ଲୋକ ଅଦାଲତରେ ଓକିଲ ସଂଘ ସଭାପତି ମାନଭଞ୍ଜନ ପାଣିଗ୍ରାହୀ, ସମ୍ପାଦକ ଜପେଶ୍ୱର ଯାନୀ, ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ସାହୁ, ସତ୍ୟନାରାୟଣ ସାହୁ, ସୁବୋଧ ମିଶ୍ର, ପବିତ୍ର ସାହୁ, ମନୋଜ ପୃଷେଠ, ଯୁବରାଜ ରଣା, ମାନସ ରଣା, ଜ୍ୟୋସ୍ନାରାଣୀ ବାଗ, ଫିରୋଜ ବଗର୍ତି, ଭୀମରାଜ ବାଗ, ମନୋରଞ୍ଜନ ପୃଷେଠ, ପାଣୁ ମହାନନ୍ଦ, ମାନସ ରଞ୍ଜନ ପୃଷେଠଙ୍କ ସମେତ କୋର୍ଟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.