p purohi

ବଲାଙ୍ଗିରରେ ଲାଇଫ୍‌ ଲାଇନ୍‌ ଏକ୍ସପ୍ରେସ୍‌ : ବଲାଙ୍ଗିର ରେଲୱେ ଷ୍ଟେସନ୍‌ରେ ମାର୍ଚ୍ଚ ୧୫ରୁ ହେବ ବିଭିନ୍ନ ରୋଗର ନିରୂପଣ, ପରାମର୍ଶ ଓ ଚିକିତ୍ସା

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହଯୋଗରେ ଇମ୍ପେକ୍ଟ ଇଣ୍ଡିଆ ଫାଉଣ୍ଡେସନ୍‌ ତରଫରୁ ଲାଇନ୍‌ ଲାଇନ୍‌ ଏକ୍ସପ୍ରେସ୍‌ ରେଲୱେ ଷ୍ଟେସନ୍‌ରେ ଆସି ପହଂଚିଛି । ବଲାଙ୍ଗିର ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ରେଳ ବିଭାଗ, ରେଡ୍‌କ୍ରସ୍‌ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଗୁଡ଼ିକର ସହଯୋଗରେ ହସ୍‌ପିଟାଲ୍‌ ଟ୍ରେନ୍‌ ‘ଲାଇଫ୍‌ ଲାଇନ୍‌ ଏକ୍ସପ୍ରେସ’ ଦ୍ୱାରା ମାର୍ଚ୍ଚ ୧୫ ତାରିଖ ଠାରୁ ଅପ୍ରେଲ ୫ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ରେଲୱେ ଷ୍ଟେସନ ଠାରେ ମୋତିଆ ବିନ୍ଦୁ, ଆଖିରେ ପାୱାର ଯାଂଚ, କାନ ପରଦାର ଚିକିତ୍ସା, ଶ୍ରବଣ ଶକ୍ତି ପରୀକ୍ଷା, ଗ୍ରହଣ ଖଣ୍ଡିଆ, ପୋଷ୍ଟବର୍ନ କଣ୍ଟ୍ରାକ୍‌ଚର୍‌ର ଚକିତ୍ସା, ଅସ୍ତିଶଲ୍ୟ କରେକ୍‌ଟିଭ୍‌ ସର୍ଜରୀ, ଦାନ୍ତର ସମସ୍ୟା ସଂପର୍କିତ ଅପରେସନ୍‌ ପୂର୍ବର୍ତ୍ତି ଯାଂଚ ତଥା ପରାମର୍ଶ ଏବଂ ଆବଶ୍ୟକ ଅନୁସାରେ ଅପରେସନ କରାଯିବ । ଏହା ସହିତ ମୁଖ ଗହ୍ୱର, ସ୍ତନ ଓ ଜରାୟୁ କର୍କଟ ରୋଗ, ରକ୍ତଚାପ, ମଧୁମେହ ପରୀକ୍ଷା, ନିରୂପଣ ଓ ପରାମର୍ଶ ଏବଂ ମାର୍କି (ଏପିଲେପ୍‌ସି) ରୋଗର ପରାମର୍ଶ ସହ ଚିକିତ୍ସା ଲାଇଫ୍‌ ଲାଇନ୍‌ ଏକ୍ସପ୍ରେସ୍‌ର ଅଭିଜ୍ଞ ଡାକ୍ତର ଓ ଟେକ୍ନିସିଆନ୍‌ ମାନଙ୍କ ଦ୍ୱାରା ମାଗଣାରେ ଯୋଗାଇ ଦିଆଯିବ । ଜିଲ୍ଲାର ବିଭିନ୍ନ ସିଏଚ୍‌ସି, ରାଷ୍ଟ୍ରୀୟ ବାଲ୍‌ ସୁରକ୍ଷା କେନ୍ଦ୍ର, ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌୍‌ର ଚକ୍ଷୁ ବିଭାଗ ଠାରେ ଉପରୋକ୍ତ ସମସ୍ୟା ଗୁଡ଼ିକର ଯାଂଚ ମାର୍ଚ୍ଚ ୬ ତାରିଖ ଠାରୁ ଆରମ୍ଭ ହୋଇଛି ଏବଂ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଚାଲିବ । ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରୁ ରେଫର୍‌ ହୋଇଥିବା ରୋଗୀ ମାନଙ୍କର ଅପରେସନ୍‌ ପୂର୍ବବର୍ତ୍ତି ଯାଂଚ କରାଯାଇ ଆବଶ୍ୟକ ଅନୁସାରେ ସର୍ଜରୀ ଲାଇଫ୍‌ ଲାଇନ୍‌ ଏକ୍ସପ୍ରେସ୍‌ରେ କରାଯିବ । ଉପରୋକ୍ତ ରୋଗର ସମସ୍ୟା ଥିଲେ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ପରୀକ୍ଷା କରାଇବା ସହ ବଲାଙ୍ଗିର ଠାରେ ମାଗଣା ଚିକିତ୍ସା ଓ ପରାମର୍ଶ ଯୋଗାଇ ଦେଉଥିବା ଲାଇଫ୍‌ ଲାଇନ୍‌ ଏକ୍ସପ୍ରେସ୍‌ର ସୁଯୋଗ ନେବା ପାଇଁ ବଲାଙ୍ଗିର ଜିଲ୍ଲାର ଜନସାଧାରଣଙ୍କୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

nrusinghnath
Leave A Reply

Your email address will not be published.