centurian jitm

ପଦ୍ମପୁରରେ ଝାନସୀରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଦିଲ୍ଲୀପ କଲ୍ୟାଣ ମଣ୍ଡପଠାରେ ଚେତନା ପରିଷଦ ପଦ୍ମପୁର ଦ୍ୱାରା ଝାନସୀରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ସମାରୋହରେ ହରିଶଙ୍କର ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ନାଟ୍ୟକାର ଅଶୋକ କୁମାର ବହିଦାର, ମୁଖ୍ୟବକ୍ତା ଭାବରେ ଆଇନଜୀବୀ ପ୍ରଶାନ୍ତ ମାଝୀ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ମାଝୀ ଝାନସୀରାଣୀ ଲକ୍ଷ୍ମୀବାଈଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ସମାରୋହ ସଭା ଆରମ୍ଭରେ ନାରୀନେତ୍ରୀ ଜ୍ୟୋସ୍ନା କର, ସଂଯୁକ୍ତା ମାଝୀ ଓ ଚେତନା ପରିଷଦ ସଦସ୍ୟମାନେ ଝାନସୀରାଣୀ ଲକ୍ଷ୍ମୀବାଈ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଉତ୍ତମ ସେବା କାର୍ଯ୍ୟ ପାଇଁ ପଦ୍ମପୁର ଉପଖଣ୍ଡ ହସ୍ପିଟାଲ ଆନନ୍ଦ ଦାସ ଓ ପରିସଂଖ୍ୟାନ ସହାୟକ ପ୍ୟାରୀମୋହନ ନାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଉକ୍ତ ଜୟନ୍ତୀ ସମାରୋହରେ ବିଭିନ୍ନ ପ୍ରତିଯୋଗିତା ହୋଇ ପ୍ରତିଯୋଗୀମାନଙ୍କୁ ପରସ୍କାର ଦିଆଯାଇଥିଲା । ସୁଧାଂଶୁ ତ୍ରିପାଠୀ, ଅଶୋକ ମିଶ୍ର, କାହ୍ନୁ ଅଗ୍ରୱାଲ, ସପନ ମହାନ୍ତି, ଭୂପେଶ ସାହୁ, ମନୋଜ ମହାନ୍ତି, ସନ୍ତୋଷ ବୈକାର, ମିତାଲ ସିଂହ, ଅରୁଣା ସାହୁ ପ୍ରମୁଖ ସମାରୋହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସଂପାଦକ କିଶୋର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.