pakka

ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ଲକ୍ଷ୍ମଣ ମେହେର

bbehera

ଦେଓଗାଁ, (କେପିଏନ୍‌ଏସ୍‌) : ସାଲେପାଲିରୁ ସରଗଡ଼ା ରାସ୍ତାର ସୋନଗଡ଼ ନଦୀ ଉପରେ ଏକ ଉଚ୍ଚ କ୍ଷମତା ସଂପନ୍ନ ବ୍ରିଜ୍‌ ନିର୍ମାଣ ପାଇଁ ଗତ ୪ ଦିନ ତଳେ ରାଜ୍ୟ ସରକାର ୨୧ କୋଟି ଟଙ୍କା ମଂଜୁର କରିଛନ୍ତି । ୨୧୦ ମିଟର ବିଶିଷ୍ଟ ଏହି ବ୍ରିଜ୍‌ ନିର୍ମାଣ ଦ୍ୱାରା ସଇଁତଲା, ଗୁଡ଼ଭେଲା ଓ ଦେଓଗାଁ ବ୍ଲକ୍‌ର ଜନସାଧାରଣ ଗମନାଗମନ କ୍ଷେତ୍ରରେ ଅନେକ ସୁବିଧା ପାଇ ପାରିବେ । ଏହି ବ୍ରିଜ୍‌ ନିର୍ମାଣ ପାଇଁ ଦୀର୍ଘ ଦଶ ବାର ବର୍ଷ ହେଲା ସରକାରଙ୍କ ପାଖରେ ଅଂଚଳବାସୀ ଦାବୀ କରି ଆସୁଥଲେ ତଥା ନିକଟରେ ଫାଇଭ୍‌ ଟି ସଚିବ ଭି.କେ.ପାଣ୍ଡିଆନ୍‌ଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ ସମୟରେ ଜରାସିଂହାରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସୋନଗଡ଼ ବ୍ରିଜ୍‌ ଦେଓଗାଁ ଓ ଗୁଡ଼ଭେଲା ବ୍ଲକ୍‌ର ଲାଇଫ୍‌ ଲାଇନ୍‌ କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ତେବେ ଜନସାଧାରଣଙ୍କ ଦାବୀକୁ ଗ୍ରହଣ କରି ରାଜ୍ୟ ସରକାର ସଂପୂର୍ଣ୍ଣ ଡିପିଆର୍‌ ପ୍ରସ୍ତୁତ କରିବା ସହ ଏହି ବ୍ରିଜ୍‌ ନିର୍ମାଣ ସକାଶେ ୨୧ କୋଟି ଟଙ୍କା ମଂଜୁର କରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇଭ୍‌ ଟି ସଚିବ ଭି.କେ.ପାଣ୍ଡିଆନ୍‌, ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, କଳିକେଶ ନାରାୟଣ ସିଂହଦେଓ, ସୁଶାନ୍ତ ସିଂହ, ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ, ସାଂଗଠାନିକ ସଂପାଦକ ବବି ଦାସ, ବିଭାଗୀୟ ମନ୍ତ୍ରୀ ପ୍ରୀତିରଂଜନ ଘଡେ଼ଇ ମହୋଦୟଙ୍କୁ ଦେଓଗାଁ ବ୍ଲକ୍‌ ସାଲେପାଲିରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ପୂର୍ବତନ ବିଡ଼ିସିସି ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର ଧନ୍ୟବାଦ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

18 − seven =

error: Content is protected !!