ମା’ କୁଶଙ୍ଗାଇ ଶକ୍ତିପୀଠରେ ଷୋଳ ପୂଜା ଆରମ୍ଭ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ନିକଟସ୍ଥ କୁସଙ୍ଗ ଗାଁର ପ୍ରସିଦ୍ଧ ମା’ କୁଶଙ୍ଗାଇଙ୍କ ଶକ୍ତିପୀଠରେ ଷୋଳ ପୂଜା ଆରମ୍ଭ ହୋଇଯାଇଛି । ଗତ ୧୦ ତାରିଖ ଗୁରୁବାର ଦିନ ମୂଳାଷ୍ଟମୀ, ଶାରଦୀୟ ଷୋଡ଼ଶ ପୂଜା ଆରମ୍ଭ, ଖଣ୍ଡାଧୁଆ ଏବଂ ଖଣ୍ଡାବସା ପର୍ବ ରୀତିନୀତି ଅନୁସାରେ ଆରମ୍ଭ ହୋଇଯାଇଛି । ମନ୍ଦିର କମିଟି ତରଫରୁ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ କରାଯାଇଛି। ତା-୧୭.୯.୨୦୨୦ ମାଁ କୁଶଙ୍ଗାଇଙ୍କ ଧବଳମୁଖୀ ବେଶ, ତା-୨୧.୧୦.୨୦୨୦ ପୀଠେ ଷଷ୍ଠୀ, ତା-୨୨.୧୦.୨୦୨୦ ପୀଠେ ମହାସପ୍ତମୀ, ତା-୨୩.୧୦.୨୦୨୦ ମହାଷ୍ଟମୀ, ଛତର ଶୋଭାଯାତ୍ରା, ବଇଲ୍ ଯାତ୍ରା, ଶାରଦୀୟ ଷୋହଲ ପୂଜା ଶେଷ, ତା-୨୪.୧୦.୨୦୨୦ ପୀଠେ ମହାନବମୀ ତା-୨୫.୧୦.୨୦୨୦ ପୀଠେ ବିଜୟା ଦଶମୀ, ତା-୩୧.୧୦.୨୦୨୦ ଆଶ୍ଵୀନ ପୂର୍ଣ୍ଣମୀ ବଇଲ୍ ଯାତ୍ରା ହେବାର ସ୍ଥିରୀକୃତ ହୋଇଛି ।
କରୋନା ପାଇଁ ଏଥର କମିଟି ପକ୍ଷରୁ ସାବଧାନତା ଏବଂ ସଚେତନତା ପୂର୍ବକ ଭକ୍ତମାନେ କେମିତି ଦୂରତା ଅବଲମ୍ବନ କରିବେ, ସେ ଉପରେ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.