ଦେଶରେ ବିସ୍ଫୋରକ ସ୍ଥିତି : ଗତ ୨୪ ଘଂଟାରେ ୯୭,୫୭୦ ନୂଆ ଆକ୍ରାନ୍ତ, ୧୨୦୧ ମୃତ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବିସ୍ଫୋରକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି କରୋନା ସଂକ୍ରମଣର । ସବୁକିଛି ଅନ୍‌ଲକ୍‌ ପରେ ଅବସ୍ଥା ସାଂଘାତିକ ହେବାରେ ଲାଗିଛି । କ୍ଷୀପ୍ରବେଗରେ ବଢ଼ି ଚାଲିଛି ସଂକ୍ରମଣ । ଗତ ୨୪ ଘଂଟାରେ ୯୭,୫୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୦୧ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ତେବେ ୪୬ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି ଭାରତରେ । ୭୭ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି । ମହାରାଷ୍ଟ୍ରରେ ବୋବାଲ୍‌ ମଚଉଛି କରୋନା । କେବଳ ମହାରାଷ୍ଟ୍ରରେ ୧୦ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି ।

Leave A Reply

Your email address will not be published.