କୁବେର ସମାଜ ପଶ୍ଚିମାଞ୍ଚଳ ଓଡିଶା ଓ ଛତିଶଗଡ଼ର ଅଷ୍ଟାଦଶ ମହାସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ୍ ମାଣ୍ତୋସିଲ ସାଇ ତରଫରୁ ଅଂଳାଯୁବା ମହାମାୟା ଶୁଶିଳା ଦେବୀ ନରସିଂ ଛାତ୍ରୀନିବାସ ପରିସରରେ କୁବେର ସମାଜ ପଶ୍ଚିମାଞ୍ଚଳ ଓଡିଶା ଓ ଛତିଶଗଡ଼ର ଅଷ୍ଟାଦଶ ମହାସଭା ଆଜି ଅନୁଷ୍ଠିତ ହୋଇଯାଇଛି । ମହାସଭା ସଭାପତି ରମହରି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଆନ୍ତ୍ରଜାତୀୟ ଖ୍ରାତି ସମ୍ପନ୍ନ ପ୍ରସ୍ତର ଶିଳ୍ପୀ ପଦ୍ମବିଭୁଷଣ ଡଃ ସୁଦର୍ଶନ ସାହୁ ଯୋଗ ଦେଇଥିଲେ ।  ସମ୍ମାନିତ ଅତିଥି ଭାବେ ମହିଳା ଓ ଶିଶୁବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ, ନୁଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ମାତୃମଞ୍ଚ ସଭାନେତ୍ରୀ ମିନତୀ ସାହୁ, ଯୁବାମଞ୍ଚ ସଭାପତି ପ୍ରହଲ୍ଲାଦ ସାହୁ, ଯୁଗ୍ମ ସଂପାଦକ ରମେଶ ସାହୁ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ସତ୍ୟ ଭୁଷଣ ସାହୁ ଯୋଗ ଦେଇ ସମାଜର ଜନହିତକର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଓଡିଶୀ ନୃତ୍ୟଶିଳ୍ପୀ ଶର୍ମିଳା ସହୁଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ମହାସଭା ସଂପାଦକ ଚୁଡାମଣି ସାହୁ ଅତିଥି ପରିଚୟ ପ୍ରଦାନ ସହ ବାର୍ଷିକ ବିବରଣୀ ପଠନ କରିଥିଲେ । ଯୁବାମଞ୍ଚ ସଂପାଦକ ଲିଙ୍ଗରାଜ ସାହୁ ମଞ୍ଚ ପରିଚାଳନା କରିଥିଲେ । ସଭା ଆରମ୍ଭ ପୂର୍ବରୁ ସମାଜର ଶତାଧିକ ମହିଳା ମାଣ୍ତୋସିଲ ଗ୍ରାମରୁ କଳସ ଶୋଭାଯାତ୍ରାରେ ଆସି ସଭାସ୍ଥଳରେ ସ୍ଥାପନ କରିଥିଲେ । ମହାସଭାର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ ସାହୁ ଧନ୍ୟବାଦ ଦେଇଥିଲେ । ମାଣ୍ତୋସିଲ ଯୁବାମଞ୍ଚ ସଭାପତି ମହେନ୍ଦ୍ର ଖୁଣ୍ଟିଆଙ୍କ ନେତୃତରେ ଏକ ବିଶାଳ ବାଇକ ରାଲି ମାଣ୍ତୋସିଲରୁ ବାହାରି ସଭାସ୍ଥଳକୁ ଆସିଥିଲା । ସଂନ୍ଧ୍ୟାରେ ମାତୃମଞ୍ଚ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଅନୁଷ୍ଠିତ ହେବ ।

Leave A Reply

Your email address will not be published.