ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ବିଦ୍ୟାଭାରତୀର କୃତିତ୍ୱ ହାସଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୭୭ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟ ବଲାଙ୍ଗିର କୃତିତ୍ୱ ହାସଲ କରିଛି । ଜିଲ୍ଲାସ୍ତରୀୟ ପ୍ୟାରେଡ୍ ପ୍ରତିଯୋଗିତାରେ ବିଦ୍ୟା ଭାରତୀର ଦୁଇଟି ଗ୍ରୁପ୍ ଭାଗ ନେଇଥିଲେ । ତନ୍ମଧ୍ୟରୁ ସିନିୟର୍ ଗ୍ରୁପ୍ “ଶ୍ରେଷ୍ଠ ସିଭିଲିୟାନ୍‌ ଟର୍ନ୍‌ ଆଉଟ୍ ଟ୍ରୁପ୍‌ “ଭାବେ କୃତିତ୍ୱ ହାସଲ କରିଥିଲେ । ଏହି ଅବସରରେ ସିଭିଲିୟାନ ଗ୍ରୁପର କମାଣ୍ଡର୍ କ୍ଷୀରସାଗର ରାଓ ଓ ଫ୍ଲାଗ୍ କମାଣ୍ଡର୍ ଚୂଡାମଣି ଠାକୁର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ତଥା ସମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚଂଦ୍ର ପଣ୍ଡାଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଛାତ୍ରମାନଂକ କୃତିତ୍ୱରେ ବିଦ୍ୟା ଭାରତୀର ଖେଳ ତଥା ଗଣିତ ଶିକ୍ଷକ ସୁବ୍ରତ ଦୀପ, ଅଧ୍ୟକ୍ଷା ଦେବସ୍ମିତା ବେହେରା, ପରିଚାଳନା ନିର୍ଦ୍ଦେଶକ ରାମଚନ୍ଦ୍ର ବେହେରା ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଖୁସିବ୍ୟକ୍ତ କରି ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Leave A Reply

Your email address will not be published.