କରୋନା ମୁକାବିଲା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କୁ କୋସଲ ରାଜ୍ୟ ସମନ୍ୱୟ ସମିତିର ୧୩ ଦଫା ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲ ରାଜ୍ୟ ସମନ୍ୱୟ ସମିତି (କେଆରଏସଏସ) ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀ ଜୋନ ନିଷ୍ପତ୍ତି ଅନୁଯାୟୀ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏକ ୧୩ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବଲାଙ୍ଗିର ଜିଲ୍ଲାରେ ଭୟାବହ କରୋନା ସଂକ୍ରମଣ ଓ ତତ୍ ଜନିତ ମୃତ୍ୟୁ ତଥା କରୋନା ସଂପର୍କୀତ ଚିକିତ୍ସା ଓ ଟେଷ୍ଟ କରିବା ଦିଗରେ ପ୍ରଶାସନିକ ବିଫଳତାର ପ୍ରତିବାଦ କରି ତଥା ସମସ୍ୟାର ମୁକାବିଲା ପାଇଁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ପରିସ୍ଥିତିର ଗୁରୁତ୍ୱକୁ ଆଖି ଆଗରେ ରଖି ଏକ ୨ ଜଣିଆ ପ୍ରତିନିଧି ମଣ୍ଡଳୀ ଯାଇ ଜିଲ୍ଲାପାଳଙ୍କୁ ଏହି ଦାବୀପତ୍ର ପ୍ରଦାନ କରିଥିଲେ । ସମନ୍ୱୟ ସମିତିର କେନ୍ଦ୍ରୀୟ ଉପାଧ୍ୟକ୍ଷ ମନୋରଂଜନ ସାହୁ ଓ ସାଧାରଣ ସଂପାଦକ ବିଭୂଦତ୍ତ ମିଶ୍ରଙ୍କୁ ନେଇ ଗଠିତ ଏହି ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରି କରୋନା ମୁକାବିଲା ପାଇଁ ଜନସଚେତନତା ଠାରୁ ଜନ ଚିକିତ୍ସା ଅଧିକ ଆବଶ୍ୟକ ବୋଲି ଜଣାଇଥିଲେ ।


ବଲାଙ୍ଗିର ଜିଲ୍ଲାର କୋଭିଡ୍ -୧୯ ଜନିତ ପରିସ୍ଥିତିକୁ ସଂଗୀନ ବୋଲି ବିଚାର କରି ତୁରନ୍ତ ଯୁଦ୍ଧକାଳୀନ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ବଲାଙ୍ଗିର ଜିଲ୍ଲାକୁ ସଟ୍‌ ଡାଉନ୍‌ କରି ଘରକୁ ଘର କୋଭିଡ୍ ଟେଷ୍ଟ କରିବାକୁ, ବଲାଙ୍ଗିର ସହରର ପ୍ରତି ୱାର୍ଡରେ କୋଭିଡ୍ ଟେଷ୍ଟିଙ୍ଗ ୟୁନିଟ ସ୍ଥାପନ କରିବାକୁ, ଜିଲ୍ଲାରେ ଅଧିକ ସଂଖ୍ୟକ ଭେଣ୍ଟିଲେଟର ଓ ଅନ୍ୟାନ୍ୟ କୋଭିଡ୍ -୧୯ର ଚିକିତ୍ସା ଉପକରଣ ଉପଲବ୍ଧ କରାଇବାକୁ ଦୈନିକ ବଜାରକୁ ୫ ଭାଗରେ ବିଭକ୍ତ କରି ସ୍ଥାନାନ୍ତରିତ କରିବାକୁ, ବେଙ୍କ, ଦୋକାନ ବଜାର ଓ ଅନ୍ୟ ଭିଡ ଜାଗାରେ ସାମାଜିକ ଦୂରତ୍ୱକୁ କଡାକଡି ଭାବରେ ପାଳନ କରିବାକୁ ଘରୋଇ ଚିକିତ୍ସା ତୁରଂତ କାର୍ୟ୍ୟକ୍ଷକ କରିବାକୁ, ସ୍ୱତନ୍ତ୍ର ମୋବାଇଲ ଚିକିତ୍ସା କେନ୍ଦ୍ର ସ୍ଥାପନ କରିବାକୁ, ନିରଂତର ଭାବରେ ୱାର୍ଡକୁ ୱାର୍ଡ ସାନିଟାଇଜ କରିବାକୁ, କୋଭିଡ୍ -୧୯ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା କରିବା ସହ ହୋମ ଆଇସୋଲେସନରେ ଥିବା ରୋଗୀମାନଙ୍କୁ ତୁରଂତ ଓ ନିରଂତର ଚିକିତ୍ସା ଯୋଗାଇ ଦେବାକୁ, ବଜାର ସମସ୍ତ ପୁନଃନିର୍ଦ୍ଧାରଣ କରିବାକୁ, ଅଧିକ ସଂଖ୍ୟକ ପୋଲିସ ସଂଚାଳନ କରିବାକୁ, ବଲାଙ୍ଗିର ଜିଲ୍ଲାରେ କରୋନା ଚକିତ୍ସା ସଂପର୍କିତ ଖର୍ଚ୍ଚର ଶ୍ୱେତପତ୍ର ପ୍ରକାଶ କରିବାକୁ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଦାବୀ କରାଯାଇଛି ।

jittmm
Leave A Reply

Your email address will not be published.