ls

ରାଜ୍ୟ ସ୍ତରୀୟ କ୍ରୀଡା ପାଇଁ ଜିଲ୍ଲା ସ୍ତରୀୟ କ୍ରୀଡାବିତ୍‌ ଚୟନ ମାର୍ଚ୍ଚ ୬ ଓ ୭ରେ

2020

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ପ୍ରତି ବର୍ଷ ଆୟୋଜିତ ହୋଇ ଆସୁଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଆୟୋଜନ ହୋଇପାରିଲା ନାହିଁ । ଏଣୁ ରାଜ୍ୟସ୍ତରୀୟ କ୍ରୀଡାରେ ଜିଲ୍ଲା ପକ୍ଷରୁ ଭାଗ ନେବା ପାଇଁ ୧୪,୧୬ ଓ ୧୮ ବର୍ଷ ବାଳକ ବାଳିକାମାନଙ୍କୁ ନେଇ ଆସନ୍ତା ମାର୍ଚ୍ଚ ୬ ଓ ୨୦, ୨୩ ବର୍ଷ ବାଳକ ବାଳିକା ତଥା ପୁରୁଷ ଓ ମହିଳା ବର୍ଗ କ୍ରୀଡାବିତ୍‌ଙ୍କୁ ନେଇ ମାର୍ଚ୍ଚ ୭ରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ନିୟମାନୁଯାୟୀ ଚୟନ କରାଯାଇ ଯୋଗ୍ୟ ବିବେଜିତ କ୍ରୀଡାବିତମାନଙ୍କୁ ରାଜ୍ୟସ୍ତରକୁ ପଠାଯିବାକୁ ବ୍ୟବସ୍ଥା କରାଯିବ । ସେଥି ପାଇଁ ନିର୍ଦ୍ଦିଷ୍ଟ ବର୍ଗର କ୍ରୀଡାବିତ୍‌ମାନେ ଉପରୋକ୍ତ ଦିନ ଗୁଡିକରେ ସକାଳ ୯ ଟା ସୁଦ୍ଧା ଷ୍ଟଡିୟମରେ ପହ‌ଞ୍ଚି ସେମାନଙ୍କ ଜନ୍ମ ପ୍ରମାଣପତ୍ର ଅଥବା ମେଟ୍ରିକ ବୋର୍ଡ ସାର୍ଟିଫିକେଟର ଅବକଳ ନକଲ କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡାଙ୍କ ଠାରେ ଦାଖଲ କରିବାକୁ ହେବ । ଚଳିତ ବର୍ଷ ରାଜ୍ୟସ୍ତରୀୟ ବାର୍ଷିକ କ୍ରୀଡା ଭୁବନେଶ୍ୱର ଠାରେ ଆୟୋଜିତ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ ଜାଣିବା ପାଇଁ କ୍ରୀଡାବିତ୍‌ମାନେ ମୋ.-୮୨୪୯୯୭୨୦୮୩ରେ ଯୋଗାଯୋଗ କରିପାରିବେ ବୋଲି ସାଧାରଣ ସଂପାଦକ ହରିନାରାୟଣ ପୁଜାରୀଙ୍କ ଠାରୁ ପ୍ରକାଶ ।

Leave A Reply

Your email address will not be published.