pakka

‘କୋଶଳ ପ୍ରବାହ’ର ମହାପ୍ରଭାବ : ଦୀପାଙ୍କ ଟ୍ୱିଟ ପରେ ଉତ୍ତର ରଖିଲା ଗ୍ରାମ୍ୟ ଉନ୍ନୟନ ବିଭାଗ, ରେଙ୍ଗାଲପତ୍ରା ଗ୍ରାମକୁ ହେବ ପ୍ରଧାନମନ୍ତ୍ରୀ ସଡ଼କ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀର ବିଜେପୁର ବ୍ଲକ ସ୍ଥିତ ଭଟିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲପତ୍ରା ଗ୍ରାମକୁ ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ପକ୍କା ରାସ୍ତା ନ ଥିବା ଖବର “କୋଶଳ ପ୍ରବାହ”ରେ ପ୍ରକାଶିତ ହୋଇଥିଲା । ଅଛରାଏ ବର୍ଷା ହେଲେ କାଦୁଅ ସରସର ରାସ୍ତାରେ ଯିବା କଷ୍ଟକର ହୋଇପଡୁଛି । ନିର୍ବାଚନ ସମୟରେ ଏହି ଗ୍ରାମକୁ ପକ୍କା ସଡ଼କ ନିର୍ମାଣ କରିବା ପାଇଁ ବାରମ୍ବାର ପ୍ରତିଶ୍ରୁତି ଦିଆଯାଇଥିଲେ ସୁଦ୍ଧା କେହି ଶୁଣୁନଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ । ତେବେ ଏହି ଖବରକୁ ପାଇକମାଲ ବ୍ଲକ ଟେମରି ଗ୍ରାମର ସମାଜିକ କର୍ମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କଲାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଉତ୍ତର ରଖାଯାଇଛି ।

ଆଗାମୀ ଦିନରେ ଏହି ଗ୍ରାମ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯିବାର ଉକ୍ତ ଟ୍ୱିଟରେ ଉଲ୍ଲେଖ କରାଯାଇଛି । ଏହି ରାସ୍ତା ଭଟିଗାଁ ଠାରୁ ଗାଇସିଲେଟ ସୀମା ପର୍ଯ୍ୟନ୍ତ ତିଆରି ହେବ । ଏହି ଖବର ଜାଣିବା ପରେ ରେଙ୍ଗାଲପତ୍ରା ଗ୍ରାମବାସୀଙ୍କ ମନରେ ଖୁସି ଭରିଦେଇଛି । ସ୍ୱାଧୀନତାର ୭୫ ବର୍ଷ ପର୍ଯ୍ୟନ୍ତ ଅବହେଳିତ ଗ୍ରାମ ବର୍ତ୍ତମାନ ବିକାଶ ପଥରେ ଅଗ୍ରସର କରିବ ବୋଲି ଜାଣିବା ପରେ ଗ୍ରାମବାସୀ “କୋଶଳ ପ୍ରବାହ”କୁ ଧନ୍ୟବାଦ ଦେବା ସହ ସୁଶ୍ରୀ ଦୀପା ବାରିକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଯାହାଙ୍କ ପ୍ରୟାସ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରେଙ୍ଗାଲପତ୍ରା ଗ୍ରାମବାସୀ ରାସ୍ତା ସମସ୍ୟା ଯୋଗୁଁ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଯାହାକି ଏହି ଖବର ଜାଣିବା ପରେ ପରିବର୍ତ୍ତନ ହେବା ସ୍ୱାଭାବିକ ।

jay balangir
Leave A Reply

Your email address will not be published.

two × 3 =

error: Content is protected !!