ppurohit

ଏପ୍ରିଲ ୧କୁ କଳା ଦିବସ ଭାବେ ପାଳିଲା କୋଶଲ ସେନା

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏପ୍ରିଲ ୧ ‘ଉତ୍କଳ ଦିବସ’କୁ କଳା ଦିବସ ଭାବେ ପାଳନ କରିଛି କୋଶଲ ସେନା । ଏହି ଅବସରରେ କୋଶଲ ସେନା ପକ୍ଷରୁ ଏକ ର‍୍ୟାଲିର ଆୟୋଜନ କରାଯାଇଥିବା ବେଳେ ସ୍ଥାନୀୟ ମହାଦେବ ମନ୍ଦିର ଛକରୁ ର‍୍ୟାଲିରେ ବାହାରି ଜିଲ୍ଲାପାଳଙ୍କ ଅଫିସ୍‌ ପର୍ଯ୍ୟନ୍ତ ପହଂଚିଥିଲା । ର‍୍ୟାଲିରେ ବିଭିନ୍ନ ପ୍ରକାର ଉକ୍ରଳ ବିରୋଧୀ ନାରା ଦିଆଯାଇଥିବା ଦେଖାଯାଇଛି । କୋଶଲ ସେନା ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ, କୋଶଲ, କଳିଙ୍ଗ ଓ ଉତ୍କଳର ମିଶ୍ରଣରେ ଯଦି ଓଡ଼ିଶା ପ୍ରତିଷ୍ଠା ହୋଇଛି ତେବେ କେବଳ ଉତ୍କଳ ଦିବସ କାହିଁକି ପାଳନ କରାଯାଉଛି ? ସାରା କୋଶଲାଂଚଲ ବିରୋଧ କରିବା ପରେ ବି କାହିଁକି ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ କାହିଁକି ରାଜ୍ୟ ସଂଗୀତ ମାନ୍ୟତା ଦିଆଯାଇଛି କାହିଁକି ? ଓଡ଼ିଶାର ପାଠ୍ୟପୁସ୍ତକରେ କୋଶଲର ଇତିହାସକୁ କାହିଁକି ସ୍ଥାନୀତ କରାଯାଉନାହିଁ ? ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଜି ଛୁଟି ଥିବା ହେତୁ ସାମ୍‌ନାର କାନ୍ଥରେ ଦାବୀପତ୍ର ଟାଙ୍ଗି ଦିଆଯାଇଥିଲା । କୋଶଲ ସେନା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏପ୍ରିଲ ୧କୁ ବିରୋଧ ପ୍ରଦର୍ଶନ କରି ସଦସ୍ୟମାନେ ଅଗ୍ନିବର୍ଷୀ ଅଭିଭାଷଣ ପ୍ରଦାନ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ କୋଶଲୀ ଭାଷା ସାହିତ୍ୟ ସଂସ୍କୃତି ଗବେଷକ ରାମଭକ୍ତ ଫରିକାରଙ୍କ ସମେତ ଅର୍ପଣ ନାଏକ, କୌସ୍ତୁବ ସାହୁ, ସୁଶାନ୍ତ ମିଶ୍ର, ଦୁର୍ବାସା ମାଝୀ, କାହ୍ନୁ ମହାକୁର, ସରୋଜ ପଧାନ, ରାଣାପ୍ରତାପ ସିଂହ, ଅ୪ୟ ସାହୁ ପ୍ରମୁଖ ଶତାଧିକ କୋଶଲ ସେନାର କର୍ମକର୍ତ୍ତାମାନେ ସାମିଲ୍‌ ଥିଲେ ।

Leave A Reply

Your email address will not be published.