pakka

ଦେଓଗାଁ ବ୍ଳକରେ କିରୋସିନିକୁ ନେଇ ଚିନ୍ତାରେ ଚାଷୀ : ପହ୍ଲାକୁ ବଞ୍ଚାଇବା ପାଇଁ କାମକୁ ଆସୁ ନାହିଁ କିରୋସିନି ପମ୍ପ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ବର୍ଷ ବର୍ଷା ଅଭାବ ଯୋଗୁଁ ଗଜା ମରୁଡ଼ିର ଆଶଙ୍କା ଅଛି । ଜୁନ ମାସରେ ପକାଯାଇଥିବା ପହ୍ଲାକୁ ବଞ୍ଚାଇବା ପାଇଁ ଚାଷୀ ଆପ୍ରାଣ ଚେଷ୍ଟା କରୁଥିବା ବେଳେ କିରୋସିନି ପମ୍ପ ସେଟ ରଖିଥିବା ଚାଷୀଙ୍କୁ କିରୋସିନି ମିଳୁ ନଥିବାରୁ ଚାଷୀ ଚିନ୍ତାରେ । ସାଧାରଣତଃ ଡିବିରି ପାଇଁ କିରୋସିନି କିନ୍ତୁ କିଛି ବର୍ଷ ହେଲା ଯଦିଓ କିରୋସିନି ଯୋଗାଣ କମିବାରେ ଲାଗିଛି ହେଲେ ଟ୍ରାକ୍ଟର, ଗାଡ଼ି ଓ ପେଟ୍ରୋଲରେ ମିଶା ଯାଉଥିବାରୁ କିରୋସିନିର ଚାହିଦା ବଢ଼ିବାରେ ଲାଗିଛି । ହେଲେ ଚାଷୀ ପାଖକୁ ପହଞ୍ଚୁ ନାହିଁ କିରୋସିନି । ଦେଓଗାଁ ବ୍ଳକରେ କିରୋସିନିକୁ ନେଇ ତଥ୍ୟ ସଂଗ୍ରହ କରାଯିବାରୁ ଜଣାପଡ଼ିଛି ଯେ, ମୋଟ ୨୬ଟି ପଞ୍ଚାୟତରେ ୫ଟି ମହିଳା ସ୍ୱୟଂ ସହାୟକ ଦଳ ସହ ୨୬ ଜଣଙ୍କୁ କିରୋସିନି ବିକ୍ରେତା ଭାବେ ନିଯୁକ୍ତି କରାଯାଇଛି । ଗତ ଜୁନ୍‌ ମାସରେ ୩୬ ହଜାର ଲିଟର କିରୋସିନି ବଣ୍ଟନ ଶେଷ ହୋଇଛି । ଚଳିତ ମାସ ଅର୍ଥାତ ଜୁଲାଇରେ ଜୁଲାଇ ଓ ଅଗଷ୍ଟ ମାସର କିରୋସିନି ଦିଆଯାଉଛି । ଆଗାମୀ କିଛି ଦିନରେ ବର୍ଷା ହେବା ସମ୍ଭାବନା ଥିବାରୁ ସେତିକି ସମୟ ପର୍ଯ୍ୟନ୍ତ ଧାନକୁ ବଞ୍ଚାଇବା ପାଇଁ ଚାଷୀମାନେ ଘର ଘର କିରୋସିନି କିଣିବାକୁ ଯାଉଛନ୍ତି ହେଲେ କେବଳ ଜୁଲାଇ ମାସର କିରୋସିନି ନୁହେଁ ଅଗଷ୍ଟ ମାସର କିରୋସିନି ମଧ୍ୟ ପାଇ ନ ଥିବା ଅଭିଯୋଗ ହେଉଛି । କେଉଁ କେଉଁ ଡିଲର୍‌ କିରୋସିନି ଉଠାଇଛନ୍ତି ତାହାକୁ ନେଇ ତଥ୍ୟ ସଂଗ୍ରହ କରାଯିବାରୁ ସମ୍ଭବ ହୋଇନାହିଁ । କାରଣ ଦୀର୍ଘ ବର୍ଷ ହେଲା ଦେଓଗାଁ ବ୍ଳକରେ ଯୋଗାଣ ନିରୀକ୍ଷକ ନାହାନ୍ତି । ଗୁଡ଼ଭେଲା ଯୋଗାଣ ନିରୀକ୍ଷକ ଦେଓଗାଁ ଦାୟିତ୍ୱରେ ଅଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥା ସହ ବିଭିନ୍ନ ସରକାରୀ କାମରେ ବ୍ୟସ୍ତ ରହୁଥିବାରୁ ଠିକ ତଥ୍ୟ ଜଣାପଡ଼ୁ ନାହିଁ । ତେଣୁ ମରୁଡ଼ିକୁ ଜରୁରୀ କାଳୀନ ପରିସ୍ଥିତି ଭାବେ ଏଲଟମେଣ୍ଟ ଠାରୁ ଅଧିକ ତେଲ ସ୍ୱତନ୍ତ୍ର ଚାଷୀମାନଙ୍କ ପାଇଁ ଯୋଗାଡ଼ କରାଯିବାକୁ ବଲାଙ୍ଗିର ଜିଳ୍ଲାପାଳଙ୍କ ଠାରେ ଦାବୀ ହେଉଛି ।

Leave A Reply

Your email address will not be published.

20 − twenty =