csstore

ନିର୍ବାଚନ ମଣ୍ଡଳୀର ମିଡ଼ିଆବନ୍ଧୁଙ୍କୁ ନେଇ ଖୁସି ମନାଇଲେ ଛତ୍ରପୁର ବିଧାୟକ

  • ପବିତ୍ର ବଡ଼ଦିନ ପର୍ବରେ ନିଜନିର୍ବାଚନ ମଣ୍ଡଳୀର ମିଡ଼ିଆବନ୍ଧୁ ତଥା ସାମ୍ବାଦିକମାନଙ୍କ ସହ ଖୁସି ମନାଇଲେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଦ୍ଵିତୀୟ ରାଷ୍ଟ୍ରନାୟକ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ସମୂହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଉପଲକ୍ଷେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏବଂ ଅନ୍ୟ କିଛି ସହଯୋଗୀଙ୍କ ସହ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ରୋଗୀଙ୍କୁ ଫଳ ବାଣ୍ଟିଲେ ଥିଲେ । ପରେ ଛତ୍ରପୁର ପ୍ରେସ କ୍ଲବରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ମନାଇଥିଲେ । ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉପସ୍ଥିତ ପ୍ରମୁଖ ସାମ୍ବାଦିକଙ୍କୁ ନେଇ କିଛି ସମ୍ୟକେ୍ ଆଲୋଚନା କରି ଆଗୁଆ ନବବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଜଣାଇ ସମସ୍ତଙ୍କର ଶୁଭକାମନା କରିଥିଲେ । ଛତ୍ରପୁର ପ୍ରେସ କ୍ଲବର ସମ୍ମିଳନୀ ଗୃହ ନିର୍ମାଣ ପାଇଁ ବିଧାୟକ ତାଙ୍କ ନିଜସ୍ୱ ପାଣ୍ଠିରୁ ୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏ ନେଇ ସଭାରେ ସେ ସୂଚନା ଦେଇଥିଲେ । ତାହାକୁ ନେଇ ବିଧାୟକଙ୍କୁ ସାଧୁବାଦର ସହ ପ୍ରଶଂସାର ଗାନ କରାଯାଇଥିଲା । ବୈଠକରେ ଛତ୍ରପୁର ପ୍ରେସ କ୍ଲବ ସଭାପତି ରବୀନ୍ଦ୍ର ନାଥ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ ସଭା ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଙ୍ଘର ଉପଦେଷ୍ଟା ତଥା ପୂର୍ବତନ ସଙ୍ଘ ସଭାପତି ରବୀନ୍ଦ୍ର କୁମାର ପଣ୍ଡା, କ୍ଲବ୍ ଉପ ସଭାପତି ସନ୍ତୋଷ କୁମାର ମିଶ୍ର, ପ୍ରେସ କ୍ଲବ୍ ସଦସ୍ୟ ସୁଧୀର କୁମାର ନାହାକ ପ୍ରମୁଖ ସମ୍ଭାଷଣ ଦେଇ ଛତ୍ରପୁର ମିଡ଼ିଆ ସଂଗଠନର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ଛତ୍ରପୁର ପ୍ରେସ କ୍ଲବ୍‌ର କୋଷାଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଛତ୍ରପୁର, ଗଞ୍ଜାମ ଓ ରମ୍ଭା ଅଞ୍ଚଳର ପ୍ରତିନିଧି ତଥା ସାମ୍ବାଦିକମାନେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.