csstore

ଜାତୀୟ ଖୋଖୋ ପ୍ରଶିକ୍ଷଣ ପାଇଁ ଡେଲାଙ୍ଗର ଭରତ ପ୍ରଧାନ ମନୋନୀତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶା ଖୋଖୋ କ୍ରୀଡ଼ାର ଶ୍ରେଷ୍ଠ ସଫଳତାରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବରକେରା ଗ୍ରାମର ଭରତ କୁମାର ପ୍ରଧାନ ସାମିଲ । ଚଳିତ ମାସ ୨୮ ତାରିଖରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ନେହେରୁ ଷ୍ଟାଡିୟମ୍‌ରୁ ଦିଲ୍ଲୀଠାରେ ହେବାକୁ ଯାଉଥିବା ଜାତୀୟ ଖୋଖୋ ପ୍ରଶିକ୍ଷଣ ଶିବିରରେ ଓଡିଶାରୁ ୫ଜଣ କ୍ରୀଡ଼ାବିତ ମନୋନିତ ହୋଇଛନ୍ତି । ଭରତ ତାଙ୍କର କ୍ରୀଡ଼ାଜୀବନ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, ମୁନିନ୍ଦାରୁ ୯ମ ଶ୍ରେଣୀରୁ ଆରମ୍ଭ କରିଥିଲେ । ୨୦୧୯ରେ ନେପାଳ ଭାରତ ସିରିଜ ଖେଳିଥିଲେ । ସଦ୍ୟ ସମାପ୍ତ ବରିଷ୍ଠ ଜାତୀୟ ଖୋଖୋ ଚାମ୍ପିଅଂସିପ୍‌ରେ ଶ୍ରେଷ୍ଠ କ୍ରୀଡା ପଦର୍ଶନ କରିଥିଲେ । ଓଡିଶା ଖୋଖୋ ସଙ୍ଘର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଓଡିଶା ଶିଶୁ ସୁରକ୍ଷା ଆୟୋଗ ଅଧକ୍ଷ ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ, ପ୍ରଧାନ ଶିକ୍ଷକ ହୃଷିକେଶ ବଳିଆରସିଂ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ଓଡିଶା ଖୋଖୋ ସଙ୍ଘର କୋଷାଧ୍ୟକ୍ଷ ଚୌଧୁରୀ ପାର୍ଟସାରଥୀ ମହାପାତ୍ର ଶୁଭେଚ୍ଛା ଜଣାଇଛନ୍ତି । ପ୍ରତିଷ୍ଠାତା ସମ୍ପାଦକ ଶଶାଙ୍କ ଚୁଡାମଣି ଉତ୍ତରୋତ୍ତର କାମନା କରିବା ସହ ପ୍ରଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ଆର୍ନ୍ତଜାତୀୟ ସ୍ତରରେ ସୁନାମ ଏବଂ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

jayashree
Leave A Reply

Your email address will not be published.