csstore

ବିଶ୍ୱ ପେଞ୍ଚକ ସିଲଟ୍ ଚମ୍ପିୟାନସିପ୍‌ରେ ସୁନ୍ଦରଗଡ ଜିଲ୍ଲା ଖେଳାଳୀଙ୍କ କୃତିତ୍ୱ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ମାସ ଗତ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ୨୦ତମ ବିଶ୍ୱ ପେଞ୍ଚକ ସିଲଟ୍ ଚମ୍ପିୟାନସିପ୍‌ ୨୦୨୪ ଦୁବାଇର ଆବୁଧାବି ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୬ଜଣ ଖେଳାଳୀ ଭାଗ ନେଇଥିବା ବେଳେ ସେଥି ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ପ୍ରଶିକ୍ଷକ ଶରତ କୁମାର ଦାସ ମାଷ୍ଟର ବର୍ଗରେ ରୌପ୍ୟ ପଦକ ଓ ସବଜୁନିଅର ବର୍ଗରେ ବିଦିତ ଗୁପ୍ତା କାଂସ୍ୟ ପଦକ ହାସଲ କରି ଜିଲ୍ଲା ତଥା ରାଜ୍ୟକୁ ଗର୍ବିତ କରାଇଛନ୍ତି । ସୂଚନାଯୋଗ୍ୟ ଯେ ଏହି ଚମ୍ପିୟାନସିପ୍‌ରେ ୩୮ଟି ଦେଶର ପ୍ରାୟ ୧୮୦୦ ଖେଳାଳୀ ଅଂଶଗ୍ରହଣ କରିଥିଲେ । ତେବେ ଏହି ବିଜେତା ମାନଙ୍କୁ ସ୍ୱାଗତ ଜଣାଇ ବିଶ୍ରା ଛକରୁ ସେକ୍ଟର ୬ ସ୍ଥିତ ସୁରଭି ପଡ଼ିଆ ପର୍ଯ୍ୟନ୍ତ ଏକ ବାଇକ ରାଲି କରାଯାଇଥିଲା । ଏହି ସଫଳତା ପରେ ସଂଗଠନର ସଭାପତି ହରମୋନ ଲାକ୍ରା, ସୁଶାନ୍ତ କୁମାର ଷଡ଼ଙ୍ଗୀ, ରାକେଶ କୁମାର ବେହେରା, ନିକି କୁମାରୀ, ସଞ୍ଚିତା, ଶ୍ରୀୟା, ରତିକାନ୍ତ, ଜିତେନ୍ଦ୍ର କୁମାର ତଥା ଓଡ଼ିଶା ପିନାକ ସିଲଟ୍ ଆସୋସିଏସନ୍‌ର ସଭାପତି ତାପସ ରାୟ ଚୌଧୁରୀ, ସମ୍ପାଦକ ଗୁରୁ ପ୍ରେମ ସିଂ ଥାପ୍ପା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.