om academy

ବିକାଶ ସ୍କୁଲ ଅଫ୍ ଲ’ରେ ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ

jsm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିକାଶ ସ୍କୁଲ ଅଫ୍ ଲ’ଠାରେ ବିଶ୍ଵ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି । କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଭାରେ ସ୍କୁଲର ଅଧ୍ୟକ୍ଷ ଡ଼ଃ ବିକ୍ରମ କୁମାର ଦାସ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ବରଗଡ଼ ଓକିଲ ସଂଘର ବରିଷ୍ଠ ସଦସ୍ୟ ଦୟାନିଧି ସାହୁ ମୁଖ୍ୟ ଅତିଥି ଏବଂ ଆଇନଜ୍ଞ ଶ୍ରୀମତୀ ଜଗିବା ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଖାଉଟିଙ୍କୁ ସଚେତନତା, ଖାଉଟି ଅଧିକାର ଆଇନ୍ ବିଷୟରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ଡଃ ରମାକାନ୍ତ ଶତପଥୀ ଯୋଗ ଦେଇଥିଲେ । ଅଧ୍ୟକ୍ଷ ଡ଼ଃ ବିକ୍ରମ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ରୋଜି ମେହେର ଏବଂ ଅଭିନନ୍ଦନ ଖୁଣ୍ଟିଆ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଗୁଡିକୁ ଲ’ ସ୍କୁଲର ସଂଯୋଜକ ଶିବାନନ୍ଦ ସାହୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଜୈମିନୀ କୁମାର ସାହୁ, ଅଧ୍ୟାପିକା ନୟନଜ୍ୟୋତି ଦାସ, ନିରଜା ଅଗ୍ରୱାଲ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପିକା ସାଗରୀକା ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ । ଖାଉଟି ଅଧିକାର ଦିବସ ଅବସରରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ କ୍ବିଜ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ଶାମିଲ ଅଗ୍ରୱାଲ, ଉପାସନା ମିଶ୍ର, ଦିବ୍ୟ ପ୍ରକାଶ ପାଣିଗ୍ରାହୀ ଓ କ୍ଷୀତିସ ପୋଦ୍ଦାରଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.

10 + 3 =