csstore

ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସର ଝଲକ : “ଖଟଦେବତା”

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତର ଘାଷୀ ସାହିରେ ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ଝଲକ ଦେଖିବାକୁ ମିଳିଛି । ଦିଶାରା ନାୟକ ନାମକ ଗରିବ ପରିବାରର ଝିଅ ରଶ୍ମୀ ପ୍ରିୟାର ସ୍ୱାସ୍ଥ୍ୟ ତିନିମାସରୁ ଅଧିକ ହେବ ଖରାପ ହୋଇ ଶଯ୍ୟାଶାୟୀ ରହିଛନ୍ତି । ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ଓ ଫୁଲବାଣୀ ଜିଲ୍ଲା ଡାକ୍ତରଖାନାକୁ ନେଇ ବିଫଳ ହେବା ପରେ ପରିବାର ଲୋକେ ଭୌତିକ ଓ ତନ୍ତ୍ରବିଦ୍ୟାକୁ ଭରସାକରି ସୋମବାର ସକାଳୁ ସକାଳୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତରୁ ଗୁଣିଆ ଡାକି ଖଟ ଦେବତା ଭଳି ଭୌତିକ ବ୍ୟବସ୍ଥା କରୁଥିବା ବେଳେ ସାହିର ଚାରିଦିଗରେ ପିଲାରୁ ବୟସ୍କ ମହିଳା/ପୁରୁଷ ତାହା ଦେଖିବାକୁ ରୁଣ୍ଢ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଦେବତା କରିବା ଦ୍ଵାରା ଝିଅର ଦେହ କେମିତି ଅସୁସ୍ଥ ହୋଇଛି ନା କିଏ ତନ୍ତ୍ର ବିଦ୍ୟା କରି ଅସୁସ୍ଥ କରିଛି ତାହା ଜାଣିବା ସହିତ ତାର କି ପ୍ରତିକାର କରିଲେ ସୁସ୍ଥ ହେବ ସେଥିପାଇଁ ଦେବତା କରୁଥିବା ଅସୁସ୍ଥ ଝିଅ ରଶ୍ମୀପ୍ରିୟାର ବାପା ଦିଶାରା ନାୟକ କହିଥିବା ବେଳେ ଖଟଦେବତା ପୂଜକ ସତ୍ୟାନନ୍ଦ ବେହରା ଏହି ଦେବତା ଅଷ୍ଟଦେବୀ ପୂଜାବିଧି କରି ଖଟରେ ଆଠ ଠାକୁରାଣୀଙ୍କୁ ଡାକି ମନ୍ଦାର ଫୁଲ, ଅରୁଆ ଚାଉଳ, ଅଣ୍ଡା, ହଳଦୀ ଲାଗିକରି ମା’ଙ୍କୁ ଡାକି ଏହି ବିଦ୍ୟା କରୁଛୁ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.