ମାନସିକ ବିକୃତ ଥିବା ବ୍ୟକ୍ତି ଘଞ୍ଚ ଜଙ୍ଗଲ ଭିତରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା, ଆତ୍ମହତ୍ୟା ପାଇଁ କାନ୍ଧର ଗାମୁଛା ସାଜିଲା ହତିଆର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା କୁର୍ଲୁମାଲ ନିକଟସ୍ଥ ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଯୁବକଙ୍କ ବେକରେ ଥିବା ଗାମୁଛା ସାଜିଛି ତାଙ୍କ ମୃତ୍ୟୁର ଫାଶ । ଗୋଟିଏ ଗଛରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାଯାଇଛି । ଘଟଣାର ଖବର ପାଇ ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିିୟା ଆରମ୍ଭ କରିଛି । ସୂଚନା ଅନୁଯାୟୀ ବିରଞ୍ଚି ଶଗଡିଆ (୪୬) ଦୁଇ ବର୍ଷ ହେବ ମାନସିକ ବିକୃତ ଥିବା ବେଳେ ତାଙ୍କ ସ୍ତ୍ରୀ ସହ ପରିବାରରେ ତିନୋଟି ଝିଅ ଏବଂ ଦୁଇଟି ପୁଅ । ଗତ ୨୭ ତାରିଖରୁ ସେ ନିଖୋଜ ଥିଲେ । ଗୁରୁବାର ସକାଳୁ ମୃତ ବିରଞ୍ଚି ଶଗଡିଆଙ୍‌ଙ୍କ ବଡଶଳା କୁର୍ଲୁମାଲ ନିକଟସ୍ଥ ମୟୁରନାଚେନ ଜଙ୍ଗଲକୁ କାଠି ଭାଙ୍ଗିବା ପାଇଁ ଯାଇଥିବା ବେଳେ ଘଞ୍ଚ ଜଙ୍ଗଲ ଭିତରେ ବିରଞ୍ଚି ଶଗଡିଆ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଘରକୁ ଫେରି ଘରଲୋକଙ୍କୁ ଜଣାଇଲା ପରେ ଏନେଇ ଖପ୍ରାଖୋଲ ଥାନା ୟୁ ଡି କେସ ନଂ ୮/୨୦୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି । ତେବେ ମୃତକ ବିରଞ୍ଚି ଶଗଡିଆର ମୃତ୍ୟୁର କାରଣ ତଦନ୍ତ କଲାପରେ ଏବଂ ପୋଷ୍ଟମାର୍ଟମ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

five × five =