om academy

ବରିଷ୍ଠ ସାମ୍ବାଦିକ ଡ. ଜଗନ ମୋହନ ମହାପାତ୍ରଙ୍କ ଅକାଳ ବିୟୋଗରେ ‘ନବୀନ ପାଠାଗର ଓ ସାହିତ୍ୟ ପ୍ରତିଷ୍ଠାନ’ର ଶୋକ

jsm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ତଥା ‘ସକାଳ’ ବ୍ରହ୍ମପୁର ସଂସ୍କରଣର ମୁଖ୍ୟ ପରିଚାଳକ ଡ. ଜଗନ ମୋହନ ମହାପାତ୍ରଙ୍କ ଅକାଳ ବିୟୋଗରେ ସ୍ଥାନୀୟ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିିଷ୍ଠାନର ସଭାପତି ତଥା ନବୀନର ସମ୍ପାଦକ ରବି ରଥଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ପ୍ରତିଷ୍ଠାନର ଉପଦେଷ୍ଟା ପ୍ରଫେସର ଡ଼ମ୍ବରୁଧର ସାହୁ, କାର୍ୟ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଉପସଭାପତି ରାମକୃଷ୍ଣ ପାତ୍ର, ସମ୍ପାଦକ ସୁଶାନ୍ତ କୁମାର କର, ସାମ୍ବାଦିକ ପବିତ୍ର କୁମାର ଚୌଧୁରୀ, ରଞ୍ଜନ କୁମାର ସାହୁ, ନବୀନର ପ୍ରକାଶିକା ମଞ୍ଜୁ ରଥ, ଇଂ. ମାନସ ରଞ୍ଜନ ତ୍ରିପାଠୀ, ବି. ସତ୍ୟମ୍‌ ଆଚାରୀ, କାଳୀ ଦାସ ପ୍ରମୁଖ ଯୋଗଦେଇ ଜଗନ ମୋହନ ବାବୁ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି କହିବା ସହ ଖବରକାଗଜ ମାଧ୍ୟମରେ ସେ ସବୁବେଳେ ଦକ୍ଷିଣ ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଐତିହ୍ୟ ଏବଂ ନାନାବିଧ ସମସ୍ୟାକୁ ବିଭିନ୍ନ ସ୍ତରରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କହିଥିଲେ । ସେ ମଧ୍ୟ ସାମ୍ବାଦିକତା ପ୍ରତି ଆଗ୍ରହ ରଖିଥିବା ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିଲା । ସାମ୍ବାଦିକତା ବ୍ୟତୀତ ଜଣେ ଉଚ୍ଚକୋଟିର ଅଭିନେତା, ନିର୍ଦ୍ଦେଶକ ଓ ଲୋକ ଭାବରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ଶୋକସଭାରେ କୁହାଯାଇଥିଲା । ଏଭଳି ଅସୟରେ ଜଗନମୋହନ ବାବୁଙ୍କ ବିୟୋଗ ସାମ୍ବାଦିକତା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ପ୍ରତିଷ୍ଠାନର ସଭାପତି ତଥା ନବୀନର ସମ୍ପାଦକ ରବି ରଥ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା ।

Leave A Reply

Your email address will not be published.