
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ପଥରଚେପା ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିିବାସୀ କଲ୍ୟାଣ ସଂଘର ଆସନ୍ତା ନଭେମ୍ବର ୧୫ ତାରିଖ ଦିନ କୋଶଳ କଳା ମଣ୍ଡଳ ବଲାଙ୍ଗିରରେ ହେବାକୁ ଥିବା ବିର୍ସା ମୁଣ୍ଡା ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଠିତ ହୋଇଯାଇଛି । ଏହି ବୈଠକ ସଂଘର ସଭାପତି ସତ୍ୟନାରାୟଣ ଭୋଇଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ସଂଘର ସଂପାଦକ ପୁରୁଷୋତ୍ତମ ଧରୁଆ ବ୍ଲକ ସଭାପତି ମାନଙ୍କୁ ନିଜ ନିଜ ବ୍ଲକରୁ ଯେମିତି ଲୋକେ ଆସି ଏହି କାର୍ଯ୍ୟକ୍ରମକୁ ସଫଳ କରିବେ ସେନେଇ ଆଲୋଚନା କରିଥିଲା । ଗାଁରେ ଥିବା ଡକାବାଦ୍ୟ ଘୁମୁରା, ମାଂଦଳ, ଘୁଡ଼୍କା, ଢାପ ଇତ୍ୟାଦି ଧରି ପାରମ୍ପରିକ ବେଶରେ ଆସିବେ । ଏହି ବୈଠକରେ ବ୍ଲକ ସଭାପତି ସତ୍ୟନାରାୟଣ କୁମୁରା, କ୍ଷମା ଦଳପତି, ବିପିନ ଭୋଇ, ଦେବେନ୍ଦ୍ର ଭୋଇ, ଲବ ପଧାନୀ, ଲକ୍ଷ୍ମୀକାନ୍ତ ଧରୁଆ, ଅଷ୍ଟରତ୍ନ ବରିହା, ଶରତ ସିଂ ଭୋଇ, ଦେବେନ୍ଦ୍ର ଭୋଇ, ବିପ୍ର ବିଶି ଯୋଗଦେଇଥିଲେ ।