pakka

ଆମ୍ବଗାଁ ବ୍ରିଜ ନିକଟରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ୍ବଗାଁ ବ୍ରିଜ ନିକଟରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ବେଳେ ଆହତ ଯୁବକ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଫଟାମୁଣ୍ଡା ଗ୍ରାମର ପଙ୍କଜ ଭୋଇ ବୟସ ୩୦ ଆଜି ସକାଳୁ ନିଜ ଗାଁରୁ ସାଇକେଲରେ ନିକଟସ୍ଥ ଏକ ଗାଁକୁ ଯାଇଥିଲେ । କାମ ସାରି ଫେରିବା ସମୟରେ ଆମ୍ବଗାଁ ବ୍ରିଜ ପାଖରେ ନିଜ ଗ୍ରାମର ଦିବ୍ୟଶଙ୍କର ବଗର୍ତ୍ତି, ଇନ୍ଦିର ବଗର୍ତ୍ତି ଓ ରମା କାଲସାଏ ମିଶି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଠେଙ୍ଗା ବାଡି ଧରି ଘେରି ଯାଇଥିଲେ ଓ ଯୁକ୍ତି ତର୍କ କରି ଆତର୍କିତ ଭାବରେ ଆକ୍ରମଣ କରିଥିଲେ । ଫଳରେ ପଙ୍କଜଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିବା ସହିତ ବହୁତ ପରିମାଣରେ ରକ୍ତ ବାହାରି ଥିଲା । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଙ୍କ ଘର ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇ ଆସିଥିଲେ । ତାଙ୍କୁ ଏବେ ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।

jay balangir
Leave A Reply

Your email address will not be published.

19 + 2 =

error: Content is protected !!