pakka

ରଥଯାତ୍ରା ପାଇଁ ଆସିଥିବା ଟଙ୍କା ହଡ଼ପ ଅଭିଯୋଗ, ବଲାଙ୍ଗିର ସହରରେ ଥିବା ଦେବୋତ୍ତର କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଆଟଗାଁ ଗ୍ରାମବାସୀଙ୍କ ଦ୍ୱାରା ରଥଯାତ୍ରା ଅନୁଦାନ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ସହରରେ ଥିବା ଦେବୋତ୍ତର କାର୍ଯ୍ୟାଳୟ ଘେରିଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ଆଟଗାଁରେ ଦେବୋତ୍ତର ବିଭାଗ ଅଧିନସ୍ଥ ଜଗନ୍ନାଥ ମନ୍ଦିର ରହିଛି । ପ୍ରତିବର୍ଷ ରଥ ଯାତ୍ରା ପାଇଁ ଏହି ମନ୍ଦିରକୁ ଅନୁଦାନ ଆସେ । ଚଳିତବର୍ଷ ଏହି ମନ୍ଦିରକୁ ୬୦ ହଜାର ଟଙ୍କା ଆସିଥିଲା । ହେଲେ ଅନୁଦାନକୁ ବିନିଯୋଗ କରି ଆଡମ୍ବରରେ ରଥଯାତ୍ରା କରିବା ପରିବର୍ତ୍ତେ ଆତ୍ମସାତ କରିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଏଥିରେ ଦେବୋତ୍ତର ବିଭାଗ ତଥା ମନ୍ଦିର ପୂଜକଙ୍କ ମଧୁ ଚନ୍ଦ୍ରିକା ରହିଥିବା ସେମାନେ କହିଥିଲେ । ତେବେ ଆଜି ଆଡମ୍ବର ସହକାରେ ବାହୁଡ଼ା କରାନଗଲେ ରଥରୁ ମୂର୍ତ୍ତିକୁ ଓହ୍ଲାଇ ଦେବୁ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ ।

jay balangir
Leave A Reply

Your email address will not be published.

eleven + 5 =

error: Content is protected !!