pakka

୧୫୦ ଫୁଟ ଉଚ୍ଚ ଏକ ଟାୱାର ଉପରକୁ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ଦମକଳ ବାହିନୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ନବ ବିବାହିତ ଯୁବକଙ୍କ ଉନ୍ମକ୍ତ କାଣ୍ଡ ଆଜି ଦେଖିବାକୁ ମିଳିଛି । ୧୫୦ ଫୁଟ ଉଚ୍ଚ ଏକ ଟାୱାର ଉପରକୁ ଚଢ଼ି ଯୁବକ ଜଣକ ଡେଇଁବାକୁ ଉଦ୍ୟମ କରିଥିଲେ । ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଖମାରମୁଣ୍ଡା ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଏକ ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ୧୫୦ ଫୁଟ ଟାୱାର ଉପରକୁ ଚଢ଼ି ରାତି ସାରା ଉପରେ ବସିଥିଲେ ଯୁବକ ସିଦ୍ଧେଶ୍ୱର ଭୋଇ । ଗତ ତିନି ମାସ ତଳେ ସେ ବିବାହ କରିଛନ୍ତି । ହେଲେ ଗତକାଲି ରାତିରେ ପାରିବାରିକ କଳହକୁ କେନ୍ଦ୍ର କରି ଆତ୍ମହତ୍ୟା କରିବାକୁ ଟାୱାର ଉପରକୁ ଚଢ଼ି ଯାଇଥିବା ଜଣାପଡ଼ିଛି । ଭୋର ସକାଳୁ ସ୍ଥାନୀୟ ଲୋକେ ସିଦ୍ଧେଶ୍ୱରଙ୍କୁ ଟାୱାର ଉପରେ ବସିଥିବା ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ସିଦ୍ଧେଶ୍ୱରଙ୍କୁ ବୁଝାସୁଝା କରି ତଳକୁ ଓହ୍ଲାଇଥିଲେ । ପରେ ତାଙ୍କୁ ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

9 + 8 =

error: Content is protected !!