pakka

ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସରରୁ ବାଇକ ଚୋରି ନେଇ ଅଭିଯୋଗ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସରରୁ ବାଇକ ଚୋରି ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ସିନଖମନର ହିମାଂଶୁ ନାଏକ ତାଙ୍କର ଏକ ସମ୍ପର୍କୀୟଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲର ସର୍ଜରୀ ୱାର୍ଡରେ ଭର୍ତ୍ତି କରିଥିଲେ । ହିମାଂଶୁ ତାଙ୍କ ହିରୋ ହୋଣ୍ଡା ସିଡି ଡିଲକ୍ସ ବାଇକ ( ଓଆର ୦୩ଇ ୧୦୩୦) ଯୋଗେ ସମ୍ପର୍କୀୟଙ୍କୁ ଦେଖିବାକୁ ଆସି ଭୀମ ଭୋଇ ମେଡିକାଲର ସର୍ଜରୀ ୱାର୍ଡରେ ବାଇକ ରଖିଥିଲେ । ହେଲେ ସମ୍ପର୍କୀୟଙ୍କୁ ଦେଖି ସାରି ଆସିଲା ବେଳକୁ ତାଙ୍କର ବାଇକ ଆଉ ନଥିଲା । ତେବେ ଆଜି ଏହି ଘଟଣାକୁ ନେଇ ହିମାଂଶୁ ଟାଉନ ଥାନାର ଦ୍ୱାରସ୍ଥ ହୋଇ ନିଜ ବାଇକ ଖୋଜି ଆଣିଦେବାକୁ ଟାଉନ ପୋଲିସକୁ ଗୁହାରି କରିବା ସହ ବାଇକ ନେଇଥିବା ଚୋରକୁ ଧରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

nine − two =

error: Content is protected !!