pakka

ସର୍ବଭାରତୀୟ କରାଟେ ପ୍ରତିଯୋଗିତାରେ କଣ୍ଟାବାଞ୍ଜି ତିନୋଟି ପଦକ ଜିତିଛନ୍ତି

bbehera

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିରରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ଇ-କାତା କରାଟେ ଚମ୍ପିୟାନସିଫ୍‌ରେ କଣ୍ଟାବାଞ୍ଜିର ତିନିଜଣ ଛାତ୍ରଛାତ୍ରୀଙ୍କୁ ପଦକ ମିଳିଛି । ଏହି ସର୍ବ ଭାରତୀୟ ଇ-କାତା କରାଟେ ଗତ ତା:୨୫/୦୭/୨୦୨୧ରିଖ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଏହି ପ୍ରତିଯୋଗିତାରେ କଣ୍ଟାବାଞ୍ଜି ସହରର କୁମାରୀ ଟୁଇଙ୍କଲ ଜୈନ ଦ୍ଵିତୀୟ ସ୍ଥାନ ଅଧିକାର ଗ୍ରହଣ କରି ରୌପ୍ୟ ପଦକ ହାସଲ କରିଥିବା ବେଳେ କୁମାରୀ ଦେବୀକା ମେହେର ଏବଂ ଗୁରୁଚରଣ ପାତ୍ର ତୃତୀୟ ସ୍ଥାନ ଗ୍ରହଣ କରି କାପ୍ସସ୍ୟ ପଦକ ପାଇଥିଲେ । ପ୍ରଶିକ୍ଷକ ଜିତୁ ପୁଷ୍ଟି ଏବଂ କେଦାର କବାଟ ମହାବୀର ପାର୍କରେ ଉପସ୍ଥିତ ହୋଇ ଛାତ୍ରଛାତ୍ରୀଙ୍କୁ ପଦକ ଦେଇଥିଲେ ଓ କଣ୍ଟାବାଞ୍ଜି ଏସୋସିଏସନ୍‌ର ସଭାପତି ଆଜାଦ ବପ୍ସଶଳ, ସପ୍ସପାଦକ ରୋହିତ ଜୈନ, କୋଶଧ୍ୟକ୍ଷ ଅନୁପ ଜାଙ୍ଗଡା ପ୍ରମୁଖ ପଦକ ବିଜେତା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

jay balangir
Leave A Reply

Your email address will not be published.

twelve + 4 =

error: Content is protected !!