pr

କେରମେଲି ପଞ୍ଚାୟରେ ଅନିୟମିତତା ନେଇ ବିଡିଓଙ୍କ ଠାରେ ଅଭିଯୋଗ

dr. purohit

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତରେ ଅନେକ କାର୍ଯ୍ୟରେ ଅନିୟମିତତା ହେଇଥିବା ନେଇ ବିଡିଓ ଚନ୍ଦ୍ର ମଣୀ ନାଗଙ୍କ ଠାରେ ଅଭିଯୋଗ ହୋଇଛି । ସୂଚନା ମତେ ଗତ ୨୦୧୭ରୁ ୨୦୧୯ ମସିହା ପର୍ଯ୍ୟନ୍ତ ପାଇକସମରା ଗ୍ରାମର ପ୍ରଧାନ ପଡ଼ା କଂକ୍ରିଟ ରାସ୍ତା ମରାମତି କାମ ନ କରି ୬୦ ହଜାର ଟଙ୍କା ଆତ୍ମସାତ ହୋଇଥିବା ବେଳେ କେରମେଲି ଗ୍ରାମର ଶ୍ମଶାନ ଘର ପାଇଁ ୨ ଲକ୍ଷ ଟଙ୍କା, କେରମେଲି କମ୍ୟୁନିଟି ସେଣ୍ଟର ପାଇଁ ୧ ଲକ୍ଷ ୨୦ ହଜାର ୭୬୦ ଟଙ୍କା ଭଳି ଅନେକ ଅନିୟମିତତା କରାଯାଇଥିବା ନେଇ ନାଏବ ସରପଞ୍ଚ ରୂପଧର ମାଝୀ, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ରାଜେଶ ସାହୁ ବିଡିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ବିଡିଓ ଶ୍ରୀ ନାଗ କହିଛନ୍ତି ।

nrusinghnath
Leave A Reply

Your email address will not be published.