om academy

ସବୁଜ ହୀରା କେନ୍ଦୁପତ୍ର ଦର ବୃଦ୍ଧି ଏବଂ କରୋନା ପରସ୍ଥିରିରେ ଆଦିବାସୀଙ୍କୁ ଆର୍ଥିକ ପ୍ୟାକେଜ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

jsm

ମୁରିବାହାଲ, (ଅର୍ଜୁନ କୁମାର ହଂସ) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ମୁରିବାହାଲ ବ୍ଲକ ଶାଖା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁରିବାହାଲ ବିଡ଼ିଓଙ୍କ ଜରିଆରେ ୪ ଦଫା ଦାବୀ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ଯେ କରୋନା ମହାମାରୀ ରୋଗ ଜନିତ ଲକଡାଉନ୍‌ ଏବଂ ସଟଡାଉନ୍‌ ପରିସ୍ଥିତିରେ ଗରିବ ଆଦିବାସୀମାନଙ୍କ ଜୀବନ ଜୀବିକା ଓ ଆର୍ଥିକ ସ୍ଥିତି ବିଶେଷ ପ୍ରଭାବିତ । କାମଧନ୍ଦା ଅଭାବରୁ ପରିବାର ଭରଣ ପୋଷଣ ଦୁର୍ବିସହ ହେଉଛି ତେଣୁ ପ୍ରତ୍ୟେକ ଗରିବ ପରିବାରକୁ ମାସିକ ୫୦୦୦ ଟଙ୍କା ଆର୍ଥିକ ସହାୟତା ସର୍ଭେ ପରେ ବିପିଏଲ/ରାସନକାର୍ଡ ଦିଆଯାଇ ନଥିବା ପରିବାରକୁ ୧ ଟଙ୍କିଆ ଚାଉଳ ଏବଂ ରାସନ୍‌ ସାମଗ୍ରୀ ପ୍ରଦାନ, ପଞ୍ଚାୟତ ମାନଙ୍କରେ ଦିଆଯାଇ ଥିବା ୧ ଟଙ୍କିଆ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀର ସ୍ୱିକାରୋକ୍ତି ପାଇଁ ନିଆଯାଉଥିବା ଟିପ ଚିହ୍ନ ବ୍ୟବସ୍ଥା ବନ୍ଦ କରିବାକୁ ଦାବୀ କରାଯାଇଛି, କାରଣ ଏହା ଦ୍ୱାରା କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଛି । ଭାରତର ସବୁଜହୀରା ଭାବରେ ଓଡ଼ିଶାର ବଲାଙ୍ଗିର ଜିଲ୍ଲାରେ ଉତ୍ପାଦନ ହେଉଥିବା କେନ୍ଦୁପତ୍ରର ଦର ବୃଦ୍ଧି ସହିତ କେନ୍ଦୁପତ୍ର ତୋଳଳୀମାନଙ୍କୁ ଛତା, ଜୋତା, ପାଣିବୋତଳ, ଗନି ବ୍ୟାଗ, ବୋନସ ପ୍ରୋତ୍ସାହନ ଟଙ୍କା ତୁରନ୍ତ ପ୍ରଦାନ କରିବା, କେନ୍ଦୁପତ୍ରର ବର୍ତ୍ତମାନ ଦର ପତ୍ର ପିଛା ୧୦ ପଇସା ଅଛି, ୨୦ ଟି ପତ୍ରକୁ ୧ କେରି ହିସାବରେ ୧ ଟଙ୍କା ୨୦ ପଇସା ତଥା ୨୦ କେଜିକୁ ୧ ଧାଡି ଭାବରେ ୧୦ ଧାଡିକୁ ୨ ହଜାର ପତ୍ରର ଦର ୧୨୦ ଟଙ୍କା ନିର୍ଦ୍ଧାରିତ କରାଯାଇଛି । ଏହି ଦର ଧାଡିକୁ ୧ ଚଟା ହିସାବରେ ୧ ହଜାର ଟଙ୍କା ବୃଦ୍ଧି କରାଯାଇଛି । ପତ୍ର ପିଛା ୧୦ ପଇସା ବଦଳରେ ୫୦ ପଇସାକୁ ବୃଦ୍ଧି କଲେ ଚଟା ପିଛା ୨ ହଜାର ପତ୍ରକୁ ୧ ହଜାର ଟଙ୍କା ଦେଲେ କେନ୍ଦୁପତ୍ର ତୋଳାଳୀ ଉପକୃତ ହେବେ ବୋଲି କୁହାଯାଇଛି । ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ କେନ୍ଦୁପତ୍ର ଷ୍ଟାଇପେଣ୍ଡ ଦେବା ଏବଂ କେନ୍ଦୁ ଗୋଛା କଟାଳି ଶ୍ରମିକମାନଙ୍କୁ ମଧ୍ୟ ବୋନସ ଇନ୍‌ସ୍ୟୁରାନ୍ସ, ଅନ୍ୟାନ୍ୟ ଆର୍ଥିକ ସହାୟତା ଦେବାକୁ ସ୍ମାରକ ପତ୍ର ପ୍ରଦାନ ବେଳେ ସଂଘର କାର୍ୟ୍ୟକାରୀ ସଭାପତି ରାଜୀବ କୁଅଁର, ଭୁବନ ମାଝି, ପତରଙ୍ଗି ମାଝି, ଉପସଭାପତି ବିଶିକେଶନ ଜାନି, ପାର୍ଥରାମ ଭୋଇ, କୈଳାଶ ପଧାନୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.