om academy

ପିଏମ୍ କେୟାର୍ସ ପାଣ୍ଠି ଅର୍ଥରେ ଭେଣ୍ଟିଲେଟର ଯୋଗାଣ

jsm

ଭୁବନେଶ୍ୱର, (ପିଆଇବି) : ଦକ୍ଷତାର ସହ କୋଭିଡ ପରିଚାଳନା କ୍ଷେତ୍ରରେ ‘ମେଡ ଇନ୍ ଇଣ୍ଡିଆ’ ଭେଣ୍ଟିଲେଟରଗୁଡିକ ଡାକ୍ତରଖାନାଗୁଡିକର ଭିତ୍ତିଭୂମିକୁ ସୁଦୁଢ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି । ଆହୁରି ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ ପ୍ରସ୍ତୁତ କର୍ତ୍ତାମାନେ ଭେଣ୍ଟିଲେଟର ଗୁଡିକୁ କାର୍ୟ୍ୟକ୍ଷମ କରିବା ନିମନ୍ତେ ବୈଷୟିକ ସହାୟତା ଯୋଗାଇ ଦେଉଛନ୍ତି ।
ଗତବର୍ଷଠାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଡାକ୍ତରଖାନାରେ ଥିବା କୋଭିଡ ଆକ୍ରାନ୍ତମାନଙ୍କ ଚିକିତ୍ସାକୁ ଦକ୍ଷତାର ସହ ପରିଚାଳନା କରିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ସରକାରୀ ସହାୟତା ଭିତ୍ତିରେ ଭାରତ ସରକାର ସହଯୋଗ କରୁଛନ୍ତି । ଆହୁରି ମଧ୍ୟ, ପୂର୍ବରୁ ଦେଶରେ ଖୁବ କମ୍ ସଂଖ୍ୟକ ଭେଣ୍ଟିଲେଟର ଉତ୍ପାଦନ ହେଉଥିଲା । ବିଦେଶୀ ପ୍ରସ୍ତୁତକର୍ତ୍ତାମାନେ ଚାହିଦା ମୁତାବକ ବିପୁଳ ପରିମାଣର ଭେଣ୍ଟିଲେଟର ଦେଶକୁ ଯୋଗାଇବାରେ ସମର୍ଥ ନ ଥିଲେ । ସେଥିପାଇଁ ‘ମେକ୍ ଇନ୍ ଇଣ୍ଡିଆ’ କାର୍ୟ୍ୟକ୍ରମ ଅଧୀନରେ ଦେଶର ଭେଣ୍ଟିଲେଟର ଉତ୍ପାଦକମାନଙ୍କୁ ବହୁଳ ପରିମାଣର ଦେଶର ଚାହିଦା ମେଣ୍ଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏ ସମ୍ପର୍କରେ କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ, ପିଏମ୍ କେୟାର୍ସ ପାଣ୍ଠିରେ କିଣାଯାଇଥିବା ଭେଣ୍ଟିଲେଟର ପଞ୍ଜାବର ଫରିଦ କୋର୍ଟରେ ଥିବା ଜିଜିଏସ୍ ମେଡିକାଲ କଲେଜକୁ ଦିଆଯାଇଥିଲା । ପ୍ରସ୍ତୁତ କର୍ତା ବିକ୍ରି କରିବା ପରେ ଏଗୁଡିକର ବ୍ୟବହାର ସମ୍ପର୍କୀତ ଆଶାନୁରୂପ ସେବା ଯୋଗାଇ ଦେଉ ନ ଥିବାରୁ ସେଗୁଡିକ ଅବ୍ୟବହୃତ ଭାବରେ ପଡିରହିଛି । ଏହି ସମ୍ବାଦଟି ତଥ୍ୟ ଅନୁସନ୍ଧାନ ନ କରି ଅସମ୍ପୂର୍ଣ୍ଣଭାବେ ପ୍ରକାଶ କରାଯାଇଛି । ଏହି ଭେଣ୍ଟିଲେଟର ଡାକ୍ତରଖାନାଗୁଡିକ ପାଇଥିଲେ ମଧ୍ୟ ଅଳ୍ପ କେତେକ ରାଜ୍ୟରେ ଏହାକୁ ସ୍ଥାପନା କରାଯାଇନାହିଁ । ଗତ ଚାରି/ପାଂଚ ମାସ ହେଲା ଏଭଳି ସ୍ଥାପନା ହୋଇ ନ ଥିବା ୫୦ଟି ଭେଣ୍ଟିଲେଟରକୁ ତୁରନ୍ତ ସ୍ଥାପନ କରି ଏହାର ସର୍ବାଧିକ ବ୍ୟବହାର ପାଇଁ ଗତ ଏପ୍ରିଲ ୧୧ତାରିଖ ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ୭ଟି ରାଜ୍ୟକୁ ଚିଠି ଲେଖିଛନ୍ତି ।
ପଞ୍ଜାବର ଫରିଦ କୋର୍ଟରେ ଥିବା ଜିଜିଏସ୍ ମେଡିକାଲ କଲେଜରେ ଏଜିଭିଏ କମ୍ପାନୀ ପ୍ରସ୍ତୁତ ୮୦ଟି ଭେଣ୍ଟିଲେଟ ର ମଧ୍ୟରୁ ୭୧ଟି କାର୍ୟ୍ୟକ୍ରମ ହୋଇନାହିଁ କିମ୍ବା ତ୍ରୁଟି ରହିଥିବା ସମ୍ବାଦ ପ୍ରକାଶ ପାଇଥିବା ସନ୍ଦର୍ଭରେ ସ୍ପଷ୍ଟ କରିଦିଆଯାଇଛି ଯେ, ଭାରତ ଇଲେକ୍ଟୋନିକ୍ସ ଲିମିଟେଡ ଦ୍ୱାରା ପ୍ରସ୍ତୁତ ୮୮ଟି ଏବଂ ଏଜିଭିଏ କମ୍ପାନୀ ଦ୍ୱାରା ପ୍ରସ୍ତୁତ ୫ଟି ଭେଣ୍ଟିଲେଟର ସଫଳତା ସହ ସ୍ଥାପନ କରାଯାଇଛି । କିନ୍ତୁ ଏହିସବୁ ସମ୍ପର୍କୀତ ପାଇଥିବା ଏବଂ ସ୍ଥାପନା ସମ୍ପର୍କୀତ ପ୍ରମାଣପତ୍ର ଡାକ୍ତରଖାନା କର୍ତ୍ତୃପକ୍ଷ ଏପର୍ୟ୍ୟନ୍ତ ଦେଇନାହାନ୍ତି ।
ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ବିବରଣୀକୁ ଖଣ୍ଡନ କରି ବି.ଇ.ଏଲ ସ୍ପଷ୍ଟ କରିଛି ଯେ, ଫରିଦକୋର୍ଟର ଜିଜିଏସ୍ ମେଡିକାଲ କଲେଜରେ ବହୁସଂଖ୍ୟକ ଭେଣ୍ଟିଲେଟର ଲାଗିଛି, ସେସବୁ ତ୍ରୁଟି ଶୂନ୍ୟ । କମ୍ପାନୀର ଇଂଞ୍ଜିନିୟରମାନେ ଅଭିଯୋଗ ପାଇବା ମାତ୍ରକେ ମେଡିକାଲ କଲେଜକୁ ଯାଇ ସେସବୁର ଆବଶ୍ୟକୀୟ ମରାମତି ବିଭିନ୍ନ ସମୟରେ କରିଛନ୍ତି । ଡାକ୍ତରଖାନା କର୍ମଚାରୀମାନଙ୍କୁ ବାରମ୍ବାର କମ୍ପାନୀ ପକ୍ଷରୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି ।
ଜିଜିଏସ୍ ମେଡିକାଲ କଲେଜର କେନ୍ଦ୍ରୀୟ ଅକ୍ସିଜେନ ଗ୍ୟାସ ପାଇପ୍ଲାଇନରେ ଆବଶ୍ୟକ ପରିମାଣର ଚାପ ଅଭାବ ରହୁଥିବା ଦେଖାଯାଇଛି । ଆବଶ୍ୟକୀୟ ଉପକରଣ ସହିତ ମେଡିକାଲ କର୍ତ୍ତୃପକ୍ଷ ଭେଣ୍ଟିଲେଟର ବ୍ୟବହାର କରୁନାହାନ୍ତି କିମ୍ବା ଅକ୍ସିଜେନ ଯୋଗାଣ ବ୍ୟବସ୍ଥାର ଆବଶ୍ୟକ ମରାମତି କରୁ ନ ଥିବା ଦେଖାଯାଇଛି। ଏସବୁ ବିନା ଭେଣ୍ଟିଲେଟରଗୁଡିକର କାର୍ୟ୍ୟକାରିତା ଉପରେ ଗ୍ୟାରେଣ୍ଟି ଦେଇହେବ ନାହିଁ । ଏହା ବାଦ୍ ଗତ ମେ ୧୨ତାରିଖ ଦିନ ବିଇଏଲ୍ ଇଞ୍ଜିନିୟରମାନେ ଜିଜିଏସ୍ ମେଡିକାଲ କଲେଜକୁ ଯାଇ କେତେକ ଉପକରଣକୁ ବଦଳାଇବା ପରେ ଭେଣ୍ଟିଲେଟରଗୁଡିକ ଉପଯୁକ୍ତଭାବେ କାମ କରିଥିଲା । ଏଥିସହ ସମ୍ପୃକ୍ତ ପୁରୁଣା ଉପକରଣଗୁଡିକର ମରାମତି ଓ ବଦଳାଇବା ଆବଶ୍ୟକ ଥିବା ସ୍ଥଳେ ତାହା ହୋଇ ନ ଥିଲା ।
ଭେଣ୍ଟିଲେଟର ବ୍ୟବହାରକାରୀମାନଙ୍କ ଏକ ହ୍ୱାଟଆପ୍ ଗ୍ରୁପ ଗଠନ କରାଯାଇ ପ୍ରସ୍ତୁତକର୍ତ୍ତାମାନଙ୍କ ଇମେଲ ଠିକଣା ଡାକ୍ତରଖାନାଗୁଡିକର ନୋଡାଲ ଅଧିକାରୀମାନଙ୍କୁ ଯୋଗାଇ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଭେଣ୍ଟିଲେଟର ପ୍ରସ୍ତୁତକର୍ତ୍ତାମାନଙ୍କର ହେଲ୍ପ ଲାଇନ ନମ୍ବରଗୁଡିକୁ ଗତ ମେ ମାସ ୯ତାରିଖ ଦିନ ପଠାଇ ଦିଆଯାଇଛି । ଏପରିକି ଭେଣ୍ଟିଲେଟରଗୁଡିକ ଷ୍ଟିକରରେ ହେଲ୍ପଲାଇନ ନମ୍ବର ରହିଛି । ବର୍ତ୍ତମାନର ମହାମାରୀ ସମୟରେ ବିଇଏଲ୍ ରାଜ୍ୟକୁ ଆବଶ୍ୟକୀୟ ବୈଷୟିକ ସହାୟତା ଯୋଗାଇବା ଜାରି ରଖିବ ବୋଲି ପ୍ରକାଶ କରିଛି ।

Leave A Reply

Your email address will not be published.