om academy

୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନର ଦ୍ବିତୀୟ/ତୃତୀୟ ପର୍ୟ୍ୟାୟ କ୍ଲିନିକାଲ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରି

jsm

• ୫୨୫ ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କ ଠାରେ ପରୀକ୍ଷା କରିବ ଏମ/ଏସ୍ ଭାରତ ବାୟୋଟେକ

ନୂଆଦିଲ୍ଲୀ, (ପିଆଇବି) : ଦେଶର ଜାତୀୟ ନିୟନ୍ତ୍ରକ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଧ୍ୟାନ ସହକାରେ ପରୀକ୍ଷା କରିବା ପରେ ବିଷୟ ବିଶେଷଜ୍ଞ ସମିତି (ଏସଇସି)ର ସୁପାରିସକୁ ଗ୍ରହଣ କରିଛି ଏବଂ ୨ରୁ ୧୮ ବୟସ୍କଙ୍କ ପାଇଁ କୋଭାକ୍ସିନ (କୋଭିଡ ଭାକ୍ସିନ)ର ଦ୍ବିତୀୟ/ତୃତୀୟ ପର୍ୟ୍ୟାୟ କ୍ଲିନିକାଲ ପରୀକ୍ଷଣ ନିମନ୍ତେ ଏହାର ଉତ୍ପାଦକ ଭାରତ ବାୟୋଟେକ ଲିମିଟେଡକୁ ମଞ୍ଜୁରି ଦେଇଛି। ୧୨.୦୫.୨୦୨୧ରେ ଏହି ମଞ୍ଜୁରି ଦିଆଯାଇଛି।
୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନର ଦ୍ବିତୀୟ ଓ ତୃତୀୟ ପର୍ୟ୍ୟାୟ କ୍ଲିନିକାଲ ପରୀକ୍ଷଣ ନିମନ୍ତେ ଏମ/ଏସ ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ, ହାଇଦ୍ରାବାଦ (ବିବିଆଇଏଲ) ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପରୀକ୍ଷଣ ୫୨୫ ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କ ଉପରେ କରାଯିବ। ଏହି ପରୀକ୍ଷଣରେ, ଇଣ୍ଟ୍ରାମସ୍କୁଲାର ମାର୍ଗ ମାଧ୍ୟମରେ ୦ରୁ ୨୮ ଦିନ ମଧ୍ୟରେ ଟିକାର ଦୁଇଟି ଡୋଜ୍ ଦିଆଯିବ।
ତ୍ବରିତ ନିୟନ୍ତ୍ରକ ପଦକ୍ଷେପ ସ୍ବରୂପ, ୧୧.୦୫.୨୦୨୧ରେ ବିଷୟ ବିଶେଷଜ୍ଞ ସମିତି (ଏସଇସି) (କୋଭିଡ୧୯)କୁ ପ୍ରସ୍ତାବ ଦିଆଯାଇଥିଲା। ସମିତି ବିସ୍ତୃତ ବିଚାରବିମର୍ଷ ପରେ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁସାରେ ଦ୍ବିତୀୟ/ତୃତୀୟ ପର୍ୟ୍ୟାୟ କ୍ଲିନିକାଲ ପରୀକ୍ଷଣ ପାଇଁ ଅନୁମତି ଦେବାକୁ ସୁପାରିସ କରିଥିଲା।

Leave A Reply

Your email address will not be published.