om academy

ପଞ୍ଚାୟତିରାଜ ମନ୍ତ୍ରଣାଳୟର ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରୁଛନ୍ତି ବିଭିନ୍ନ ରାଜ୍ୟ

jsm

● ଅଭିନବ ପଦକ୍ଷେପ ଜରିଆରେ ସଂକ୍ରମଣକୁ ପ୍ରତିହତ କରିବା ସହ ସ୍ବାସ୍ଥ୍ୟସେବା ଯୋଗାଣ ପାଇଁ ପ୍ରୟାସ

ନୂଆଦିଲ୍ଲୀ, (ପିଆଇବି) : ଦେଶର ବିଭିନ୍ନ ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ମାର୍ଗଦର୍ଶିକା ଜାରି କରାଯାଇଛି। ସେହିସବୁ ମାର୍ଗଦର୍ଶିକାକୁ ଆଧାର କରି ଗ୍ରାମୀଣ କ୍ଷେତ୍ରରେ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଜ୍ୟଗୁଡ଼ିକ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।
କୋଭିଡ ମହାମାରୀର ଦ୍ବିତୀୟ ଲହରୀ ମୁକାବିଲା ନିମନ୍ତେ ବିଭିନ୍ନ ରାଜ୍ୟ ଏକାଧିକ ପଦକ୍ଷେପ ଗ୍ରହଣ କରିଥିବା ବେଳେ କେତେକ ରାଜ୍ୟ ଅଭିନବ ପଦକ୍ଷେପ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପ୍ରସ୍ତୁତ କରିଛନ୍ତି। ଉଦାହରଣସ୍ବରୂପ ଗୁଜରାଟରେ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ନିଜ ଆଡ଼ୁ ଲକଡାଉନ ଘୋଷଣା କରୁଛନ୍ତି। ସେହିପରି ଆସାମରେ ପ୍ରବାସୀ ଶ୍ରମିକଙ୍କ ଅନ୍ତଃରାଜ୍ୟ ଓ ଆନ୍ତଃରାଜ୍ୟ ପ୍ରତ୍ୟାବର୍ତ୍ତନକୁ ନେଇ ପଂଚାୟତ ସ୍ତରରେ ଏକ ଡାଟାବେସ ପ୍ରସ୍ତୁତ କରାଯାଉଛି। ହିମାଚଳ ପ୍ରଦେଶରେ ଅସୁସ୍ଥ ଲୋକମାନଙ୍କୁ ମାଗଣାରେ ଅନଲାଇନ ଚିକିତ୍ସା ପରାମର୍ଶ ଦେବା ନିମନ୍ତେ ଇ-ସଞ୍ଜିବନୀ ଓପିଡି ସେବା ଆରମ୍ଭ କରାଯାଇଛି।
ଅନୁରୂପ ଭାବେ କେରଳ ସରକାର ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରତି ପଞ୍ଚାୟତ ସ୍ତରରେ ଆମ୍ବୁଲାନ୍ସ ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଦୁଇ କୋଠରୀ ବିଶିଷ୍ଟ କାର ଓ ଅଟୋ ରିକ୍ସା ସେବା ଗରିବମାନଙ୍କୁ ଯୋଗାଇ ଦିଆଯାଉଛି। ଅଗ୍ରଣୀ ଚିକିତ୍ସା କେନ୍ଦ୍ରରେ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦିଆଯାଉଛି।

Leave A Reply

Your email address will not be published.