pr

ସଂହତି ସଂଘର ସାମାଜିକ କାର୍ଯ୍ୟକ୍ରମ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ଅଞ୍ଚଳ ମହିଳା ସଂଘର ସଂହତି ସଂଘ ପକ୍ଷରୁ ଛେଣ୍ଡ ସ୍ଥିତ ଆଶାଦୀପ ଦିବ୍ୟାଙ୍ଗ ସ୍କୁଲଠାରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ସହ ନାଚ ଗୀତର ମଧ୍ୟ ଆୟୋଜନ କରିଥିଲେ । ପିଲାମାନେ ଖୁବ ଆନନ୍ଦର ସହ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏହି ଅବସରରେ ସମସ୍ତେ ସମସ୍ତଙ୍କ ମଧ୍ୟରେ ଭାବ ବିନିମୟ କରାଯାଇଥିଲା । ଏହି କାର୍ଯ୍ୟରେ ଇସ୍ପାତ ଅଞ୍ଚଳ ମହିଳା ସଂଘର ସମସ୍ତ କର୍ମକର୍ତ୍ତା ଓ ମହିଳା ମହାସଂଘର ଉପ ସଭାନେତ୍ରୀ ଉପସ୍ଥିତ ଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ସଂହତି ସଙ୍ଘର ସଭାନେତ୍ରୀ ବାନିଶ୍ରୀ ପାତ୍ର, ସଂପାଦିକା ଶିବଲକ୍ଷ୍ମୀ ପୃଷ୍ଟି, କୋଷାଧ୍ୟକ୍ଷ ସସ୍ମିତା ଚୌଧୁରୀଙ୍କ ସହ ପ୍ରିୟଙ୍କା ପାତ୍ର, ଅଜନ୍ତା ପାତ୍ର, ବବି ପାତ୍ର, ଅମ୍ରିତା ପାତ୍ର, ସୋନମ ପାତ୍ର, ସ୍ନେହଲତା ପୃଷ୍ଟି, ପୁଷ୍ପାରାଣୀ ସୁବୁଦ୍ଧି, ଲିଜାରାଣୀ ପାତ୍ର, ଗାୟତ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.