csstore

ବନ ବିଭାଗର ଚଢାଉ : ବିପୁଳ ପରିମାଣର କାଠ ଜବତ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ରେଞ୍ଜର କର୍ମଚାରୀମାନେ ସଇଁତଲା ବିଭାଗର ସିଲେଟପରା ସ୍ଥିତ ଜଣେ ବ୍ୟକ୍ତିଙ୍କ ଘରୁ ଗତକାଲି ସକାଳ ପ୍ରାୟ ୧୦ଟା ସମୟରେ ୫ଟି ହଲଦୁ ପଟା, ୧୧ଟି ଶାଗୁଆନ ପଟା ଏବଂ ୧୩ଟି ଶାଗୁଆନ ସାଇଜ୍ ଜବତ କରିଛନ୍ତି । ଏଥିରେ ଜଣେ ଅଭିଯୁକ୍ତ ଗିରିଶ ଚନ୍ଦ୍ର ସାହୁଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା । ଅଧିକ ଅନୁସନ୍ଧାନ ଜାରି ରହିଛି । ଏହି ଚଢ଼ାଉ ରେଞ୍ଜ ଅଧିକାରୀ ଶ୍ରୀମତୀ ସଙ୍ଘମିତ୍ରା ଭୋଇଙ୍କ ନିର୍ଦ୍ଦେଶନାରେ ହୋଇଥିବା ବେଳେ ଏଥିରେ ଫରେଷ୍ଟର ସୁସିଲ ପୁଟା, ସତ୍ୟନନ୍ଦ ପଧାନ, ଛନ୍ଦାଚରଣ ଜାନି, ଶ୍ରୀମତୀ ଶୈଳ ଛତ୍ରିଆ, ପ୍ରଜ୍ଞା ମହାରଣା ଏବଂ ମିସ୍ ମଧୁସ୍ମିତା, ସଇଁତଲା ରେଞ୍ଜର ପାରା ସ୍କ୍ୱାଡ଼ ସାମିଲ ଥିଲେ ।

jayashree
Leave A Reply

Your email address will not be published.